ଜଳେଶ୍ୱର (ସମୃଦ୍ଧ ଓଡିଶା) ପଞ୍ଚିମ ପର୍ଯ୍ୟାୟ ଲକ୍ ଡାଉନ୍କୁ ଜଳେଶ୍ୱର ବାସୀ ଗୁରୁତ୍ୱ ଦେଉନଥିବା ବେଳେ ଆଜି ସାପ୍ତାହିକି ହାଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପରିସ୍ଥିତି ଏପରି ଘଟିଥିଲା ଯେ ରାସ୍ତାରେ ଘଣ୍ଟା ଘଣ୍ଟାଧରି ଅଟକିବାକୁ ପଡିଥିଲା । ଅନ୍ୟପକ୍ଷରେ ପ୍ରଶାସନର କୌଣସି ଅଂକୁଶ ନ ଥିବାରୁ ବାଲି ପରିବହନ କରୁଥିବା ଟ୍ରାକ୍ଟର ଗୁଡିକ ବିନା ପଲିଥିନ ଘୋଡଣିରେ ଯାତାୟାତ ହେଉଥିବାରୁ ସାଧାରଣ ଜନତାଙ୍କ ପାଇଁ ବିପଦର କାରଣ ହୋଇଛି । ବାଲି ପରିବହନ କରୁଥିବା ୮୦ଭାଗ ଟ୍ରାକ୍ଟର, ଟ୍ରାକ୍ଟର ଟ୍ରଲିର ନମ୍ବର ନ ଥିବା ଦେଖିବାକୁ ମିଳୁଛି । ବାଲି ପରିବହନ କରୁଥିବା ଟ୍ରାକ୍ଟର ଗୁଡିକ ଅନ୍ୟ ରାସ୍ତା ଦେଇ ନ ଯାଇ ସହର ମଧ୍ୟ ଦେଇ ଯାଉଥିବାରୁ ପ୍ରବଳ ଗହଳି ହେଉଛି ଓ ଦୁର୍ଘଟଣା ବଢୁଛି । ସାମାଜିକ ଦୂରତ୍ୱ ପ୍ରତି କାହାର ଭୃକ୍ଷେପ ନ ଥିବାରୁ ଜନଗଳହି ଅଧିକ ହେବା ଓ କରୋନା ସଂକ୍ରମଣର ଭୟ ଦେଖା ଦେଇଛି । ଆଜି ଷ୍ଟେସନ ବଜାର ଠାରୁ ବଡବଜାର ଛକ ଓ କୋଟ ବଜାର ଠାରୁ ନୂଆବଜାର ମଧ୍ୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ନିକଟରେ ପୁଲିସ୍ ଥାନା, ଜଳେଶ୍ୱର ତହସିଲ ଓ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଥିଲେ ମଧ୍ୟ ଏପରି ଭିଡ ନିୟନ୍ତ୍ରଣ କରିବାରେ ପ୍ରଶାସନ ଯେପରି ଆଖିବୁଜି ଦେଇଥିବା ମନେ ହେଉଛି । ତେଣୁ ଜଳେଶ୍ୱର ଓ ତାର ଆଖାପାଖ ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ଏଡାଇବାପାଇଁ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଜଳେଶ୍ୱରର ବହୁ ବୁଦ୍ଧିଜିବୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା