ଭୁବନେଶ୍ୱର (ସମୃଦ୍ଧ ଓଡିଶା ): ଫାଇନ କଟାଗଲା , ତାଗିଦ କରାଗଲା ଓ ଶେଷରେ ସଚେତନ ମଧ୍ୟ କରାଇଲା ଟ୍ରାଫିକ ପୋଲିସ । ଖିଲାପକାରୀ ଙ୍କୁ ଶେଷରେ ଏକ ଉତ୍ତମ ବାର୍ତ୍ତା ପ୍ରଦାନ ନିମନ୍ତେ ହେଲମେଟ ପ୍ରଦାନ କରିଛି କମିଶନରେଟ ପୋଲିସ । ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଉପସ୍ଥିତି ରେ ଡିସିପି ଅନୁପ ସାହୁ ଓ ଟ୍ରାଫିକ ଏସିପି ଅନୁପ କାନୁନଗୋ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ଏଜି ଛକରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଖିଲାପକାରୀ ଙ୍କୁ ପ୍ରଥମେ ସଚେତନ କରାଇବା ପରେ ଏସିପି ନିଜେ ସେମାନଙ୍କୁ ହେଲମେଟ ପିନ୍ଧାଇବା ଦେଖିବାକୁ ମିଳିଥିଲା । ୩୭୫ ଟି ହେଲମେଟ ଆଜି ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଆଜି ଖିଲାପକାରୀ ଙ୍କ ଠାରୁ କୌଣସି ଫାଇନ ମଧ୍ୟ ନିଆଯାଇନାହିଁ । ଦେଖେଣାହାରି ଲୋକେ ମଧ୍ୟ ପୋଲିସ ର ଏଭଳି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି । ବାରମ୍ବାର ତାଗିଦ ସତ୍ତ୍ୱେ ଲୋକେ ମାନୁ ନଥିବାରୁ ଏଭଳି ଏକ କାର୍ଯ୍ୟକ୍ରମ ର ଆବଶ୍ୟକତା ଥିଲା ବୋଲି କିଛି ଲୋକେ ମତବ୍ୟକ୍ତ କରିଛନ୍ତି । ଏହା ଛଡା ଟ୍ରାଫିକ ଏସିପି ଙ୍କ କାର୍ଯ୍ୟ ବାସ୍ତବିକ ପ୍ରଶଂସାଯୋଗ୍ୟ ବୋଲି ସେମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହ ହେଲମେଟ ପ୍ରଦାନ କରିଥିବା ସଂସ୍ଥା ‘ରାପିଡୋ’ ର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର