

ଛତ୍ରପୁର (ସମୃଦ୍ଧ ଓଡିଶା) ଟ୍ରେନ ଯିବା ଆସିବା ସମୟରେ ଲୋକଙ୍କୁ ଆଉ ଫାଟକ ନିକଟରେ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ରେଳ ଧାରଣା ତଳେ ଖୋଲା ଗଲା ଏକ ପ୍ରବେଶ ଦ୍ୱାର । ଏହି ପ୍ରବେଶ ଦ୍ୱାର ଛତ୍ରପୁର ରେଳ କୋର୍ଟ ଷ୍ଟେସନ ଫାଟକ ନିକଟରେ ନିର୍ମାଣ କରାଯାଇଛି । ଏସଏସଇ ଅଧିକାରୀ, ରାଜେଶ କୁମାର ହୋତା, ବି. ଭେଙ୍କଟ ରାଓ, ଦୁର୍ଗାମାଧବ ସାହୁଙ୍କ ଉପସ୍ଥିତିରେ ଏହି ପ୍ରବେଶ ଦ୍ୱାର ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ନେତ୍ରାଳୟର ଉପଦେଷ୍ଠା ତଥା ଆଇନଜୀବୀ ବି.ଶ୍ରୀନିବାସ ରାଓ, ସୟଦ ମୁକ୍ତାର, ରାଜେନ୍ଦ୍ର କୁମାର ସାହୁ, ରାଙ୍ଗା ରାଓ, ଓକିଲ ସଂଘ ସଭାପତି ଶିବରାମ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରକଳ୍ପକୁ କରାଇବା ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରିଥିବାରୁ ରେଳ କର୍ତ୍ତୃପକ୍ଷ କୃତଜ୍ଞତା ଜଣାଇଛନ୍ତି । ପରଷେୟ ବାବୁ ଓ ତାଙ୍କ ଟିମ ଏହି ପ୍ରକଳ୍ପ କରିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
