ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ମୁରଲୀ ସାହୁ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଅବସରରେ ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ୫୦୦୦ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିବା ବେଳେ ରେଡ଼କ୍ରସ ତରଫରୁ ୧୫୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏହି ଅବସରରେ ବହୁ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ ଓ ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା