ଠାକୁର ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ଅଷ୍ଟମ ବାର୍ଷିକ ସ୍ମୃତି ମହୋତ୍ସବ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ନୂଆପୋଲିସ ଲାଇନ୍ ସାହି ସ୍ଥିତ ବୀରେଶ୍ୱର ମନ୍ଦିର ରାସ୍ତା ପାର୍ଶ୍ୱରେ ଥିବା ସତ୍ସଙ୍ଗ ବିହାରରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ମନ୍ଦିର ପ୍ରତିଷ୍ଠା ଅଷ୍ଟମ ବାର୍ଷିକ ସ୍ମୃତି ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବର୍ଣ୍ଣାଢ୍ୟ  ଶୋଭାଯାତ୍ରାରେ ନଗର ପରିକ୍ରମା କରି ସତ୍ସଙ୍ଗ ବିହାରରେ ପହଞ୍ଚିଥିଲା । ଏହି ସତ୍ସଙ୍ଗ ପରିଚାଳକ ଚିନାରୀ ଜୟପ୍ରକାଶ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡ.ବିନାୟକ ମହାପାତ୍ର, ଶ୍ରୀଧର ସୁନ୍ଦର ମିଶ୍ର, ଡ. ହରପ୍ରସାଦ ସାହୁ ଓ ଡ.ଡମ୍ବୁରୁଧର ଦାଶ, ଵାଲାଜି ସାହୁ, ଫାରସେୟା ରାଓ, ବି. ଶ୍ରୀନିବାସ ଯୋଗଦେଇ ଦେଇ ଶ୍ରଦ୍ଧାଳୁମାନଙ୍କୁ ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭବ୍ୟ ଦିବ୍ୟାଦର୍ଶରେ ଅନୁପ୍ରାଣିତ ହୋଇ ନିଜମାନଙ୍କୁ ସଦା ଆନନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ । ଏହା ସହ ସମାଜର ହିତ ପାଇଁ ସମସ୍ତେ ନିଜ ନିଜ ଶକ୍ତିମତେ କାର୍ଯ୍ୟ କରିବାକୁ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ଡାକ୍ତର ହିମାଂଶୁ ଚୌଧୂରୀ ଓ ଡାକ୍ତର ସୁଶାନ୍ତ ଦାଶ ଏବଂ ଭୁବନେଶ୍ୱର ଓ ବ୍ରହ୍ମପୁରର ୧୫ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ସଚେତନା ବିଷୟରେ ଆଲୋଚନା କରିଥିଲେ । ୧୫୦ ଭକ୍ତ ଦିକ୍ଷା ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଯୋଗଦେଇ ମହୋତ୍ସବକୁ ଉନ୍ମୋଚନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ଇଂ ଆଶିଷ କୁମାର ସୁବୁଦ୍ଧିଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ସୁରେଶ ମହାନ୍ତି, ରଘୁନାଥ ରେଡି ସହଯୋଗ କରିଥିଲେ । ଏଥିରେ ଛତ୍ରପୁର ଏବଂ ଗଞ୍ଜାମ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଠହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ସତ୍ସଙ୍ଗରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ଛତ୍ରପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆଜରି ଉକ୍ତ କାର୍ଯ୍ୟକ୍ରମରେ ବେଦମାଙ୍ଗଳିକ ଓ ନହବତ୍, ଉଷାକୀର୍ତ୍ତନ, ସମବେତ ବିନତୀ ପ୍ରାର୍ଥନା, ମାତୃ ସମ୍ମିଳନୀ ଓ ସମବେତ ବିନତୀ ପ୍ରାର୍ଥନା ହୋଇ ଶେଷ ହୋଇଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା