ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସମ୍ପତ୍ତିଆ ପଂଚାୟତର ବାଗପୁଞ୍ଜି ସ୍ଥିତ ଶ୍ରୀଚୈତନ୍ୟଦେବ ଉଚ୍ଚ ନୋଡାଲ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ରବିବାର ପ୍ରାୟ ୧ ଘଟିକା ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ତୋଷପୁର ଅଂଚଳର ଲୋକନାଥ ଜେନା ନାମକ ଜନୈକ ଠିକାଦାରଙ୍କୁ ଉକ୍ତ କାର୍ଯ୍ୟ ପାଇଁ ଗ୍ରାମଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ମିଳିଥିଲା । ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଠିକଦାରଙ୍କୁ ସେଠାରେ ଉପସ୍ଥିତ ଥିବା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଗାଳି ଗୁଲଜ କରିବା ସହିତ ଲାଞ୍ଚ ମାଗିଥିବାର ଜଳେଶ୍ୱର ଥାନାରେ ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ତ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ ଲିଖିତ ଭାବେ ଜଣାଇଛନ୍ତି । ଅନ୍ୟଥା ସେ ଆସନ୍ତା ୧୫ ତାରିଖରେ ରାଜଘାଟସ୍ଥିତ ଗ୍ରାମଉନ୍ନୟନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ହେବେ ବୋଲି ଦର୍ଶାଇଛନ୍ତି । ଏ ସଂପର୍କରେ ଜଳେଶ୍ୱର ବିଧାୟକଙ୍କୁ ପଚାରାଯିବାରୁ ସେ ଏହାକୁ ଅସ୍ୱୀକାର କରିବା ସଂଗେ ସଂଗେ ରାଜନୈତିକ ଆକ୍ରୋଶ ଓ ମିଥ୍ୟା ଆରୋପ କରି ତାଙ୍କୁ ଓ ତାଙ୍କ ଦଳକୁ ବଦ୍ନାମ କରିବାପାଇଁ ବିରୋଧିମାନଙ୍କ ଏହା ଏକ ଚାଲ ବୋଲିି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା