
ଖଜୁରିଆକଟା(ସମୃଦ୍ଧଓଡିଶା)ହିନ୍ଦୋଳ ଉପଖଣ୍ଡ ଠୋକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ରେ ପାଲିତ ହୋଇ ଯାଇଛି l ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଠୋକର ଗ୍ରାମ ସଭାପତି ସର୍ବେଶ୍ଵର ସାମଲ, ମୂଖ୍ୟ ବକ୍ତା ସାମ୍ବାଦିକ ପ୍ରଶାନ୍ତ କୁମାର ଜେନାମଣି, ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚଳନl କମିଟି ସଭାପତି ପାର୍ଥ ସେଠୀ, ମୋ ସ୍କୁଲ ଅଭିଯାନ ସଭାପତି ସାଧବ ଦେହୁରୀ, ପରିଚଳନl କମିଟି ସଭ୍ୟ ମାନସ ମାଝୀ,ସି ଆର ସି ସି ପ୍ରଦୀପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ବକ୍ତା ଶ୍ରୀ ଜେନାମଣି ନିଜ ବକ୍ତବ୍ୟ ରେ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଦ୍ୟାଳୟ,ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମିଳିତ ପ୍ରଚେଷ୍ଟା ରେ ଗୋଟିଏ ଭଲ ମଣିଷ ଗଢି ହେବ l ପିଲା ର ଆଗ୍ରହ ଓ ରୁଚି କୁ ନେଇ ଶିକ୍ଷା ଦାନ କରିବା ଉଚିତ୍ l ସଭାପତି ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ l କଳା ଶିକ୍ଷକ ପ୍ରକାଶ ବେହେରା ମଞ୍ଚ ପରିଚଳନl କରିଥିଲେ l ଶିକ୍ଷୟତ୍ରୀ ସୃତିରେଖl ସ୍ବାଇଁ ଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ କରି ସମସ୍ତ ଙ୍କ ମନ ମୋହିଥିଲେ l ଶିକ୍ଷକ ପ୍ରକାଶ ସାମଲ,ଶିକ୍ଷୟତ୍ରୀ ସସ୍ମିତା ମlଝି ସହଯୋଗ କରୁଥିଲେ l ପ୍ରକାଶ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ : ରଜତ ମହାପାତ୍ର