ଡ଼.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରଥମ ବୈଠକ

ଖଲ୍ଲିକୋଟ(ସମୃଦ୍ଧଓଡିଶା) ଗତ ତା.22/9/2024 ମସିହା (ରବିବାର) ଦିବା ଚାରି ଘଟିକା ସମୟରେ, ଶ୍ରୀଜଗନ୍ନାଥ ମନ୍ଦିର ର ଶ୍ରୀଲକ୍ଷୀ ମନ୍ଦିର ପ୍ରାଙ୍ଗଣରେ, ଡ଼.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସ୍ଥାୟୀ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ ଓ ପ୍ରକାଶିତ ସ୍ମରଣୀକା “ସ୍ମୃତିସୁଧା” ର ସଫଳ ରୂପାୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ଉତ୍ସବ ଟିକୁ ଭୁବନେଶ୍ୱର ଜୟଦେବ ଭଵନ ଠାରେ ପାଳିତ କରିବା ପାଇଁ ଧାର୍ଯ୍ୟ କରାଗଲା, ସ୍ମୃତିସୁଧା ପାଇଁ ପ୍ରବନ୍ଧ ଓ କବିତା ଗୋଡ଼ିକ – “ଅସ୍ମିତା-ମହାନ ବ୍ୟକ୍ତିତ୍ୱଙ୍କର ଅବଦାନ” ଶୀର୍ଷକ ରଖାଗଲା l ଉତ୍ସବ ପାଇଁ ମୁଖ୍ୟ ପରାମର୍ଶ ଦାତା – ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଉପଦେଷ୍ଟା – ଡ଼. ହରପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି – ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ସମ୍ପାଦକ – ଶ୍ରୀ ପଞ୍ଚାନନ ସୁର, ସହ ସମ୍ପାଦିକା – ଶ୍ରୀମତୀ ମିତାରାଣୀ ପଟ୍ଟନାୟକଙ୍କୁ ପରିଷଦର ସମସ୍ତ ସଭ୍ୟ ସଭ୍ୟାଙ୍କ ଦ୍ୱାରା ମନୋନୀତ କରାଗଲା l ବୈଠକରେ ଅନ୍ୟମାନେ ହେଲେ ଶ୍ରୀ ବିପିନ ବିହାରୀ ସାମନ୍ତ, ଶ୍ରୀ ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ, ଶ୍ରୀମତୀ ସରୋଜବାଳା ପଟ୍ଟନାୟକ, ଶ୍ରୀମତୀ ଜ୍ୟୋତ୍ସ୍ନା ଜୁମାରୀ ପ୍ରଧାନ, ଶ୍ରୀମତୀ ବିଦ୍ୟୁତପ୍ରଭା ଦାଶ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଶ୍ରୀ ଦଣ୍ଡପାଣି ବେହେରା, ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ଅଜିତ କୁମାର ଭାର୍ଗବ ତଥା ଅନ୍ୟାନ୍ୟ ବହୁ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ଶେଷରେ ଶ୍ରୀ ଚକ୍ରପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ : ପୂର୍ଣଚନ୍ଦ୍ର ବେହେରା