ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଶହୀଦ ବୀର ଯବାନଙ୍କ ଅମର ସୃତି ଉଦ୍ଧେଶ୍ୟରେ ସହର ସ୍ଥିତ ଗ୍ରାମ୍ୟଦେବୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡ଼ଃ ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଅନୁଷ୍ଠାନର ସଭାପତି ପୂର୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନାରେ ଭାରପ୍ତାପ୍ତ ଅଧିକାରୀ ସତ୍ୟ ରଂଜନ ପ୍ରଧାନ, ମୁଖ୍ୟବକ୍ତା ଭାବେ ବାର ଆସୋସିଏସନ ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଶତପଥି, ସିନ୍ଧୁଉର୍ମି ସାହିତ୍ୟ ସଂସଦ ସଭାପତି ସୁଧାଂଶୁ ଶେଖର ସାହୁ, ଗଣ ମାଧ୍ୟମ ପ୍ରତିନିଧି ମନମୋହନ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଅବସରପ୍ରାପ୍ତ ବରିଷ୍ଠ କଳା ଅଧ୍ୟାପକ ବିଜୟ କୁମାର ମହାପାତ୍ର, ସାହିତ୍ୟିକା ବିଦ୍ୟୁତପ୍ରଭା ଦାଶ, ମତ୍ସ୍ୟଜୀବୀ ନେତା ଭିମସେନ ବେହେରା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ଦେଶ ମାତୃକାର କଲ୍ୟାଣ ପାଇଁ ବଳିଦାନ କରିଥିବା ବୀର ଯବାନ ମାନଙ୍କ ସୃତିଚାରଣ, ଜାତୀୟତାବୋଧ, ଚୀନ ଭଳି ଶତ୍ରୁ ରାଷ୍ଟ୍ରର ଉତ୍ପାଦିତ ସାମଗ୍ରୀ ବର୍ଜନ, ସ୍ୱଦେଶୀ ଗ୍ରହଣ, ଏକ ପକ୍ଷେ ମାହାମାରି କରୋନା ଅନ୍ୟପକ୍ଷେ ଦେଶର ଅଖଣ୍ଡତା ବଜାୟ ରଖିବା ଉଦ୍ଦେଶ୍ୟରେ ବହୁବିଧ ଦିଗ ଉପରେ ସାରସ୍ୱତ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ଶହୀଦ ବୀର ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପଦାନ କରାଯାଇଥିଲା । ଏଥିରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ସାହିତ୍ୟିକ ଓ ଅଞ୍ଚଳ ବାସୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବକବି ତଥା ଶିକ୍ଷକ ଦ୍ଵାରିକାନାଥ ମହାରଣା ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ବିଦ୍ୟୁତପ୍ରଭା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା