

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଏସଏମଆଇଟି ସଭାପତି ଡ଼ଃ ଭଗବାନ ଗନ୍ତାୟତଙ୍କୁ ଡି.ଲିଟ ଉପାଧି ମିଳିଛି । ଏପ୍ରିଲ ୨୧ତାରିଖ ରବିବାର ଦିନ ନୂଆଦିଲ୍ଲୀ (ଗଜିଆବାଦ) ସ୍ଥିତ ଇନ୍ଦିରପୁରମ ହେଟିଟାଟସେଣ୍ଟର ଠାରେ ଆୟୋଜିତ ଡାକଟେରାଲ କନଭୋକେସନ ଉତ୍ସବରେ ଵାଲସବ୍ରିଡ଼ଜ ବିଶ୍ୱବିଦ୍ୟାଳୟ ଡୋମିନିକା ପକ୍ଷରୁ ଏହି ଉପାଧି ପ୍ରଦାନ କରାଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଅତିଥି ପାଇଁ ଡ଼ଃ ପାପାଚାନବେବି ଏସିଆ ମୁଖ୍ୟ ଵାଲସ ବ୍ରିଡ଼ଜ ବିଶ୍ୱବିଦ୍ୟାଳୟ, ହରିଶ୍ଚନ୍ଦ୍ର ବୁର୍ନୁୱାଲ ଉପାଧ୍ୟକ୍ଷ ବ୍ଲୁକ୍ରଫଟ ଡିଜିଟାଲ ଫାରଣ୍ଡେସନ, ଡ଼ଃ. ଆର.କେ. ଗୁପ୍ତା ଜାତୀୟ ଅଧ୍ୟକ୍ଷ ଏନ.ଇ.ଏଚ.ଡି.ଏ ଭାରତ, ଡ଼ଃ ଦେବୋଜିତ ଦେ ସଦସ୍ୟ କମନୱେଲଥ ଗବେଷଣା ପରାମର୍ଶଦାତା କମିଟି, ଆନ୍ଥୋନୀ ରିଗାଲ ଇବୋକେଟେ ନାଇଜେରିଆ ଦୂତାବାସ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତି ରହି ଡ଼ଃ ଗନ୍ତାୟତଙ୍କୁ ଉପଢୌକନ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଡି. ଲିଟ. ଉପାଧି ଗ୍ରହଣ କରିବା ପରେ ଡ଼ଃ ଗନ୍ତାୟତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏସଏମଆଇଟି ଶିକ୍ଷାନୁଷ୍ଠାନକୁ ଆନ୍ତର୍ଜାତିକ ସ୍ତରରେ ସମ୍ମାନ ସୂଚକ ଡି.ଲିଟ ମିଳିବା ଗୌରବର ବିଷୟ ବୋଲି ସେ କହିଛନ୍ତି । ଡ଼ଃ ଗନ୍ତାୟତଙ୍କୁ ଏହି ଡି.ଲିଟ ଉପାଧି ମିଳିବା ଅବସରରେ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା, ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ, ଇଂ. ସୁଧାଂଶୁ ମୋହନ ପାଢ଼ୀ, ପ୍ରଫେସର ଡ଼. ସତ୍ୟବ୍ରତ ଦାସ, ପ୍ରଫେସର ଅମୀର କୁମାର ସାବତ, ଇଂ. ଏନ.ପି. ସାହୁ, ପ୍ରଫେସର ଜିତେନ୍ଦ୍ର କୁମାର ସାହୁ, ଡ଼. ମନୋଜ କୁମାର ମୁନି, ଇଂ. ରାମଚନ୍ଦ୍ର ପାତ୍ର, ଡ଼ଃ. ଭାରତୀବାଳା ପଟ୍ଟନାୟକ ସମେତ ସହରର ବହୁ ବୁଦ୍ଧିଜୀବୀ, ଏସଏମଆଇଟିର ସମସ୍ତ ସଭ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ରବି ପଟ୍ଟନାୟକ


