

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ଓପନ୍ ଡାଇକୋଣ୍ତୋ ଚମ୍ପିଅନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲା ଡାଇକୋଣ୍ତୋ ଏକାଡେମୀର ୫୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୩୪ ବାଳକ ଓ ୧୮ ବାଳିକା ସେମାନଙ୍କ ମଧ୍ୟରୁ ୧୨ ଜଣ ସ୍ୱର୍ଣ୍ଣ, ୧୪ ଜଣ ରୈାପ୍ୟ ଓ ୨୬ ଜଣ କିଂସା ପଦକ ହାସଲ କରିଛନ୍ତି । ସେହିପରି ପାମୋସେ ଟେଷ୍ଟ୍ରେ ଅଂଶ ଗ୍ରହଣ କରିଥିବା ୪ ଜଣ ମଧ୍ୟରୁ ୩ ଜଣ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଜଣେ ରୈାପ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତାକୁ ନେଇ ଡାଇକୋଣ୍ତୋ ଏକାଡେମୀର ମୁଖ୍ୟ କୋଚ୍ କାତିକ ମହାପାତ୍ର, ନାଗେଶ୍ଵର ମହାପାତ୍ର, ରାଜୁ ପାଡାଲ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ପଛରେ କୋଚ୍ ମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅଭିଭାବକ ମାନେ । ଏହି ସଫଳତା ପରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
