

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଟାଉନ ହଲ ପରିସରରେ ଡାଇମଣ୍ଡ ଜୁବୁଲି ଅବସରରେ ଦ୍ଵିତୀୟ ଜୟବର୍ଦ୍ଦନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଂଚଳ ଡ଼ିଆଇଜି ଆଶିଷ ସିଂହ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚକ୍ରବର୍ତ୍ତୀ ସିଂ ରାଥୋଡ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିଗନ୍ତ ରାଉତରାୟ, ସ୍ୱର୍ଗତ ଜୟବର୍ଦ୍ଧନ ଦାଶଙ୍କ ପତ୍ନୀ ମିନତୀ ତ୍ରିପାଠୀ ଓ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଯୋଗ ଦେଇ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ । ଗତ ୨୬ତାରିଖ ଅର୍ଥାତ ସାଧାରଣତନ୍ତ୍ର ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ପ୍ରେସ କ୍ଲବର ପ୍ରାକ୍ତନ ସଭାପତି ସ୍ୱର୍ଗତ ଜୟବରରର୍ଦ୍ଦନ ଦାଶଙ୍କ ସୃତି ଉଦ୍ଦେଶ୍ୟରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଏକ ଇଣ୍ଟର ମିଡ଼ିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖଲ୍ଲିକୋଟ କଲେଜ ଇନଡୋର ଗେମସ ହଲଠାରେ ଆୟୋଜନ କରାଯାଇଥିଲା । ଉଭୟ ସିଙ୍ଗଲ ଓ ଡବଲସ ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁରର ୪୦ରୁ ଅଧିକା ସାମ୍ବାଦିକ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ ଭାବେ ବିକ୍ରମ ଜେନା ଚମ୍ପିଆନ ହୋଇଥିବା ବେଳେ ରନରସଅପ ଶକ୍ତିଧର ରାଜଗୁରୁ ଓ ତୃତୀୟ ସ୍ଥାନ ଡି. ଗୋପାଳକୃଷ୍ଣ ରେଡ୍ଡୀ ଅଧିକାରୀ କରିଥିଲେ । ସେହି ଭଳି ଡବଲସ ବିଭାଗରେ ସଚିନ ବେହେରା ଓ ଜ୍ଞାନେନ୍ଦ୍ର ନାରାୟଣ ରଥଙ୍କ ଯୋଡି ବିନର ହୋଇଥବା ବେଳେ ରନରସ ଅପ ମାନସ ବିଷୋୟୀ ଓ ରବୀନ୍ଦ୍ର ବେହେରା ହୋଇଛନ୍ତି । ଚିରଞ୍ଜିବି ରାଜଗୁରୁ ଓ ଡି. ଗୋପାଳକୃଷ୍ଣ ରେଡ୍ଡୀ ଡବଲସ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥିମାନେ ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ହାସଲ କରିଥିବା ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିଥିବା ବେଳେ ଭାଗ ନେଇଥିବା ସମସ୍ତଙ୍କୁ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସେହିଭଳି ଏହି ଟୁର୍ଣ୍ଣାମେଣ୍ଟକୁ ସୁଚାରୁ ରୂପେ ତୁଲାଇଥିବା ଦୁଇ ରେଫରୀ ଦୀପକ ତ୍ରିବେୱାଲ ଓ ଶିବ ପ୍ରସାଦ ପାଢ଼ୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଲକ୍ଷ୍ମୀ ବେଜ, ଶିବରାମ ଚୌଧୁରୀ, ସୁବ୍ରମଣ୍ୟମ ସ୍ୱାମୀ ଓ ସଞ୍ଜୟ ପଣ୍ଡାଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଉତ୍ସବକୁ ଶିବରାମ ଚୌଧୁରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ଉତ୍ସବକୁ ପରିଚାଳନାକୁ କରିଥିଲେ । ଏଭଳି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ପରସ୍ପର ମଧ୍ୟରେ ସୁସମ୍ପର୍କ ଓ ବନ୍ଧୁତ୍ୱର ଏକ ମାଧ୍ୟମ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଉତ୍ସବରେ ବ୍ରହ୍ମପୁରର ସମସ୍ତ ସାମ୍ବାଦିକ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା