ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଥିଲା ଭାରତୀୟ ଡାକସେବା ସମଗ୍ର ଦେଶରେ ସେବାକ୍ଷେତ୍ରରେ ସମସ୍ତଙ୍କର ବିଶ୍ୱାସଭାଜନ ହୋଇଥିଲା । ଗାଁର ଚିଠିପତ୍ର, ମନିଅର୍ଡର, ରେଜେଷ୍ଟ୍ରି, ପାର୍ସଲ, ସଂଚୟଖାତା, ଡାକଟିକଟ, ଲଫାପା, ପୋଷ୍ଟକାର୍ଡ, ଆନ୍ତର୍ଦେଶୀୟ ପତ୍ର ପ୍ରଭୃତିର ଆଦର ଯଥେଷ୍ଟ ଥିଲା । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏ ସବୁର ପ୍ରଚଳନ ସହିତ ଟେଲିଗ୍ରାମ ସେବା ଡାକ ବିଭାଗର ଏକ ପ୍ରମୁଖ କାର୍ଯ୍ୟ ଥିବା ବେଳେ ଏବେ ଡିଜିଟାଲ ଯୁଗରେ ଏସବୁ ମଳିନ ପଡିଛି । ତଥାପି ଡାକସେବା ବିଭାଗ ବିଭିନ୍ନ କ୍ଷେତ୍ରରେ ଉଲ୍ନେଖନୀୟ ଭୂମିକା ତୁଲାଇ ଆସୁଛି । ଟେଲିଫୋନ୍, ମୋବାଇଲ୍, ଇଣ୍ଟରନେଟ୍, ୱାର୍ଟସ୍ଆପ ଯୁଗରେ ମଧ୍ୟ ଡାକସେବା ତାର କାର୍ଯ୍ୟଧାରା ଅବ୍ୟାହତ ରଖିଛି । ଏହି ବିଭାଗର କର୍ମଚାରୀ ଗାଁ ଠାରୁ ସହର ପର୍ଯ୍ୟନ୍ତ ରହି ଗ୍ରାମ୍ୟ ଡାକଘର, ଶାଖା ଡାକଘର, ଉପଡାକଘର ଓ ମୁଖ୍ୟ ଡାକଘର କାର୍ଯ୍ୟ ଚାଲି ଆସୁଛି । ବିଶେଷ କରି ବିଭିନ୍ନ କୋର୍ଟ କାର୍ଯ୍ୟରେ ଡାକ ବିଭାଗର ଭୂମିକା ଉଲ୍ଲେଖନୀୟ । ପୁଣି ଉଚ୍ଚ ବିଭାଗୀୟ କର୍ମକର୍ତ୍ତା ଏହି ଯୋଗାଯୋଗ କାର୍ଯ୍ୟରେ ଉତ୍ତମ ସେବା ବ୍ୟବସ୍ଥାଲାଗି ପିଏଲ୍ଆଇ, ପୋଷ୍ଟାଲ ବ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଣୟନ କରି ଲୋକଙ୍କର ଆସ୍ଥାଭାଜନ ହୋଇପାରିଛି । କିନ୍ତୁ ଜଳେଶ୍ୱର ମୁଖ୍ୟ ଡାକଘର ଅଧିନରେ ଗ୍ରାମାଞ୍ଚଳର ୨୨୦ ଗ୍ରାମ୍ୟ ଡାକଘର, ୮୦ ଶାଖା ଡାକଘରକୁ ପ୍ରତିଦିନ କେତେକ ଚିଠିପ୍ରତ୍ର, ରୋଜିଷ୍ଟ୍ରି ଚିଠି, ପାର୍ସଲ ଇତ୍ୟାଦି ଡାକବ୍ୟାଗ୍ ମାଧ୍ୟମରେ ଆଦାନ ପ୍ରଦାନ ହେଉଛି । ସେହିପରି ଜଳେଶ୍ୱର ମୁଖ୍ୟ ଡାକଘରୁ ଜଳେଶ୍ୱର ରେଳ ଷ୍ଟେସନକୁ ରିକ୍ସା ଦ୍ୱାରା ଚିଠିପତ୍ର ଭର୍ତ୍ତି ବ୍ୟାଗ୍ ନେବା ଆଣିବା ହୋଇଥାଏ । ସେଠାରୁ ଟ୍ରେନ୍ଯୋଗେ ବାଲେଶ୍ୱର ଆର୍ଏମ୍ଏସ୍କୁ ଯାଇଥାଏ । କିନ୍ତୁ ପୂର୍ବରୁ ଏହି ବ୍ୟାଗ୍ ଗୁଡିକ ସୁଦୃଢ, ପାଣିନିରୋଧ, ଉନ୍ନତମାନର ବ୍ୟାଗ୍ର ପ୍ରଚଳନ ଥିଲା । କିନ୍ତୁ ଏବେ ଫଟା, ଦଦରା ଓ ନିମ୍ନମାନର ପ୍ଲାଷ୍ଟିକ ବ୍ୟାଗ୍ରେ ଗୁରୁତ୍ୱପୂର୍ଣ୍ଣ ଚିଠି ଓ ପାର୍ସଲ ଓ ମନିଅର୍ଡର ଇତ୍ୟାଦି ପରିବହନ ହେଉଛି । ତେଣୁ ଏ ସବୁର ସୁରକ୍ଷା ଓ ସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ସରକାର ଏହାକୁ ଧ୍ୟାନ ଦେଇ ପ୍ରତିକାର କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା