

ଭୁବନେଶ୍ୱର(ସମୃଦ୍ଧଓଡିଶା)ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସ୍ୱାଇଁଙ୍କୁୁ ସ୍ୱାଗତ କରିଥିଲେ ଓ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ଏଚ.ଆଇ.ଭି./ଏଡସ୍ ଦୂରୀକରଣ କରିବା ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ । ରାଜ୍ୟକୁ ୨୦୩୦ ସୁଦ୍ଧା ଏଡସ୍ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲରେ ସକାରାତ୍ମକ ଚିନ୍ତାଧାରା ସହ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ପୂର୍ବରୁ ଡାକ୍ତର ସ୍ୱାଇଁ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ଆମ ହସ୍ପିଟାଲ ପରିଚାଳନା ସୁଚାରୁ ରୂପେ ସମ୍ପାଦନ କରିଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଡାକ୍ତର ଉର୍ମିଳା ମିଶ୍ର ଓସାକ୍ସର ପ୍ରକଳ୍ପ ନିଦ୍ଦେର୍ଶକ ଥିଲେ ଏବଂ ଜାନୁଆରୀ ୩୧ତାରିଖରେ ସେ ଅବସର ନେଲେ ।
ରିପୋର୍ଟ : ରଜତ ମହାପାତ୍ର