

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁତ ଦିନ ହେଲା ଡାକ୍ତର ସ୍ଥାନ ଖାଲି ପଡିଥିଲା । ଏହି ଅବସରରେ ଅଞ୍ଚଳବାସି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା । ଏହି ବିଷୟରେ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ଅଭିଯୋଗ ଜଣାଯାଇଥିବା ବେଳେ ଆଜି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୁବ୍ରତ କୁମାର ଜମାଦାର ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି ଡାକ୍ତରଙ୍କୁ ଅଞ୍ଚଳ ବାସି ତଥା ନଗର କଂଗ୍ରେସ ପକ୍ଷରୁ ବସନ୍ତ କୁମାର ପଣ୍ଡା, ପୂର୍ବତନ କାଉନସିଲର ବିଭୁତି ଭୁଷଣ ବେହେରା, ପୂର୍ବତନ ଛାତ୍ର ନେତା ଉମେଶ ପ୍ରଶାଦ ରଥ, ସାମ୍ବାଦିକ କୃଷ୍ଣ କୁମାର ବେହେରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାଇ ଡାକ୍ତର ଜମାଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଅଞ୍ଚଳବାସିଙ୍କ ସହିତ ସୁବିଧା ଅସୁବିଧା ସମୟରେ ପ୍ରକୃତ ସେବା ଦେବା ପାଇଁ ଆଲୋଚନା କରିଥିଲେ ।