

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡାକ୍ତରୀ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି, ସ୍ୱାସ୍ଥ୍ୟ ସେଲ ସଭାପତି ରାଜୀବ କୁମାର ମିଶ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ଡାକ୍ତରଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଏମକେସିଜି ମେଡିକାଲର ପ୍ରିନସିପାଲ ଡ଼. ଅବନୀ କାନ୍ତ ମିଶ୍ର, ସୁପେରିଟେଣ୍ଡାଣ୍ଟ ଡ଼. ସନ୍ତୋଷ କୁମାର ମିଶ୍ର, ଭେଷଜ ବିଭାଗ ଡ଼. ଚନ୍ଦନ ଗନ୍ତାୟତ, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞା ଡ଼. ନିନା ମିଶ୍ର, ନିଶ୍ଚେତକ ବିଭାଗ ଡ଼. ଦେବବ୍ରତ ଶର୍ମା, ସହରର ଅନ୍ୟତମ ବରିଷ୍ଠ ଡ଼. ସୁବାସ ସାହୁ ଓ ଡ଼. ଅମୁଲ୍ୟ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାଁହୁ ଚରଣ ପତି, ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ସାଧାରଣ ସମ୍ପାଦକ ପ୍ରଭାତ ଷଢଙ୍ଗୀ, ଏନ. ରାଜେନ୍ଦ୍ର କୁମାର, ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ଯୁବ ସମାଜସେବୀ ଅମ୍ବିକା ପଣ୍ଡା ଏବଂ କୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




