ଡିଏମ୍ୟୁ ଟ୍ରେନ୍ ଅଭରହେଡ ଇକ୍ୟୁପେମେଣ୍ଟ ସମସ୍ୟା ପାଇଁ ରାସ୍ତାରେ ଅଟକିଲା ଦେଢଘଣ୍ଟାରୁ ଉର୍ଦ୍ଧ୍ୱ ସମୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନରୁ ଭଦ୍ରକ-ଖଡଗପୁର ପୁରୁଣା ଟ୍ରେନ୍ ଟି ଉକ୍ତ ରୁଟ୍ ରେ ଯାତାୟାତ କରିଆସୁଥିବା ବେଳେ ଏହାକୁ ପରିବର୍ତ୍ତନ କରି ରେଳ ବିଭାଗ ଗତ ଡିସେମ୍ବର ପହିଲାରୁ ଏକ ଦ୍ରୁତଗାମୀ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା । ମାତ୍ର ଯାତାୟାତର ମାସକ ମଧ୍ୟରେ ଉକ୍ତ ଭଦ୍ରକ-ଖଡଗପୁର ୫୮୦୦୮ ଡାଉନ୍ ଖଡଗପୁର ଲୋକାଲ ଆଜି ସଂଧ୍ୟା ୬.୪୫ମି. ସମୟରେ ରାଜଘାଟ ଷ୍ଟେସନ ନିକଟରେ ବୈଦ୍ୟୁତିକ ଯନ୍ତ୍ରାଂଶରେ ସମସ୍ୟା ଯୋଗୁଁ ପ୍ରାୟ ଦେଢ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଅଟକି ରହିଥିଲା । ଫଳରେ ଉକ୍ତ ରୁଟରେ ଯିବାକୁ ଥିବା ସମସ୍ତ ଟ୍ରେନ ବିଳମ୍ବଳରେ କତି କରିଥିଲା । ପ୍ରକାଶଯୋଗ୍ୟ ରାଜଘାଟ ରେଳ ଷ୍ଟେସନଟି ୱାନ୍ ୱେ (ଅଫ ଲାଇନ୍)ରେ ଟ୍ରେନ ଗୁଡିକ ଯାତାୟତ କରିଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ଡିଏମ୍ୟୁ ଲୋକଲ ବିଳମ୍ବରେ ୮.୨୦ମି. ସମୟରେ ଜଳେଶ୍ୱର ଷ୍ଟେସନ୍ରେ ପହଞ୍ଚିଥିଲା । ଟ୍ରେନ୍ଟି ବିଭିନ୍ନ ଷ୍ଟେସନରେ ଯଥା ସମୟରେ ପହଞ୍ଚିନଥିବାରୁ ଦୂର ଦୂରନ୍ତକୁ ଯିବାକୁ ଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ହଇରାଇ ହରକାତ ହୋଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା