ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ମଙ୍ଗୁଳୁ ଚରଣ ନାହାକ ପ୍ରଥମ କରି ଆଇଆଇଟି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି । ଏହା ଶେରଗଡ଼ ବ୍ଲକ ପାଇଁ ଗର୍ବ ଓ ଗୋୖରବର ବିଷୟ ପାଲିଟିଛି ।କାରଣ ବିଗତ ଦିନ ମାନଙ୍କରେ କେହି ଶେରଗଡ଼ ବ୍ଲକରୁ ଆଇଆଇଟି ପାଇ ନାହାନ୍ତି । ଗତ ୨୭ ତାରିଖ ଦିନ ଆଇଆଇଟି ମାଡ୍ରାସ ପକ୍ଷରୁ ମଙ୍ଗୁଲୁଙ୍କୁ ପତ୍ର ଆସି ପହଁଚିଲା । ଫଳରେ ଡେଙ୍ଗାପଦରରେ ଏକ ପ୍ରକାର ଖୁସିର ମାହାଲ ଖେଳି ଯାଇଛି । ଏହି ଖୁସିର ରଘୁନାଥ ମଠର ମହନ୍ତ ପରମାନନ୍ଦ ଦାସ ଗୋସ୍ୱାମୀ ଖୁସି ବ୍ୟକ୍ତ କରିବା ସହାୟତାର ହାତ ବଢ଼ାଇ ଛନ୍ତି । ବହୁତ ଗୁଡ଼ିଏ ଅର୍ଥର ଆବଶ୍ୟକ ପଡୁଥିବା ଯୋଗୁଁ ଏଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସହ ପାଠ ପଢ଼ିବାର ଖର୍ଚ୍ଚ ବହନ କରିବାକୁ ଡେଙ୍ଗାପଦର ସରପଞ୍ଚ ରାମକୃଷ୍ନ ପଲେଇ ସମିଟିସଭ୍ୟ ବୁଢା ପ୍ରଧାନ, ସମାଜସେବୀ ଶ୍ୟାମ ସୁନ୍ଦର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି । ମଙ୍ଗୁଲୁର ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଏତେ ଗୁଡ଼ିଏ ଟଙ୍କା କିପରି ଯୋଗାଡ଼ ହେବ ସେଥି ନେଇ ଚିନ୍ତାରେ ପଡିଛନ୍ତି ମଙ୍ଗୁଲୁ । ନିଜେ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଓଇଣ୍ଡିଆନ ଓଭରସିଜ ବ୍ୟାଙ୍କଙ୍କୁ ଯୋଗସୂତ୍ର କଲେ ମଧ୍ୟ ଫଳ ମିଳିନାହିଁ । ପ୍ରଥମ କରି ଶେରଗଡ଼ ବ୍ଲକର ଜଣେ ଆଇଆଇଟି ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାର ସପୂର୍ଣ ଦାୟିତ୍ୱ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।
ରିପୋର୍ଟ-ବିପ୍ଳବ ସେଠୀ