

ଡେଲାଙ୍ଗ:(ସମୃଦ୍ଧଓଡିଶା)ଭାରତ ସରକାରଙ୍କ ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ପୁରୀ ସହାୟତାରେ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ଡେ ରିସର୍ଚ୍ଚ ଆୟୋଜନ ରେ ଆଗାମୀ ନିର୍ବାଚନ ଉପଲକ୍ଷେ ଡେଲାଙ୍ଗ ବ୍ଲକରେ ଏକ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଡେଲାଙ୍ଗ ବ୍ଲକରୁ ପଚିଶ ଜଣ ରୁ ଅଧିକ ନୂତନ ଯୁବ ଭୋଟର ଭାଗନେଇଥିଲେ । ଅଭୟମୁଖୀ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ବାସୁଦେବ ପ୍ରଧାନ ଏହି ସଚେତନତା ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନୁଷ୍ଠାନ ର ସଂମ୍ପାଦକ ସମାଜସେବୀ ଅଶୋକ କୁମାର ପେଣ୍ଠୋଇ ନୂତନ ଯୁବ ଭୋଟର ଙ୍କୁ କିପରି ଭାବରେ ଭୋଟ କେନ୍ଦ୍ରରେ ଭୋଟ ଦେବେ ସେ ବିଷୟରେ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଂମ୍ପାଦକ ଆୟୋଜନ କରି ଥିଲାବେଳେ ପ୍ରକାଶ ଭୋଳ ସହାୟତା ପ୍ରଦାନ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର