ଭେଙ୍କନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଶ୍ୟାମାଚରଣପୁର ରେଳ ଷ୍ଟେସନ ନିକଟରେ ଢେଙ୍କାନାଳ ଅନୁଗୁଳ ଯାତ୍ରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଅଧିବେଶନ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । ଏହି ଅଧିବେଶନରେ ସଂଘର ଶତାଧିକ ସଦସ୍ୟ ଉପସ୍ଥିତ ରହି ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ କରିଥିଲେ । ଏହି ସଭାରେ ବିଭିନ୍ନ ସଦସ୍ୟ ସେମାନଙ୍କର ମତ ତଥା ଅସନ୍ତୋଷ ପ୍ରକାଶ କରି ପୂର୍ବତଟ ରେଳବାଇର ଏ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପ୍ରତି ଦୃଷ୍ଟି ଆକର୍ଷଣ କରାଇଥିଲେ । ବିଶେଷ କରି ଦିର୍ଘ ଚାରି ବର୍ଷ ଧରି ଚାଲିଆସୁଥିବା ଅନୁଗୁଳ-ପୁରୀ ଫାଷ୍ଟ ପାସେଞ୍ଜରକୁ ବନ୍ଦ କରି ମେମୁର ପ୍ରଚଳନ ସମସ୍ତଙ୍କୁ ବିଶେଷ ଅସୁବିଧାରେ ପକାଇଛି ବୋଲି ମତ ପ୍ରକଶ କରିଛନ୍ତି । ଯାତ୍ରୀଙ୍କ ପାଇଁ ସ୍ଥାନର ଅଭାବ, ମେମୁର ଯେତିକି ବଗି ଦେବା କଥା ତା ଠାରୁ ଯଥେଷ୍ଟ କମ ବଗି ଦେବା, ସବୁ ପ୍ଲାଟଫର୍ମ ଉଚ୍ଚା ନହୋଇ ମେମୁର ପ୍ରଚଳନ ଦ୍ୱାରା ଯାତ୍ରୀ ସୁରକ୍ଷା ଲାଗି ବିପଦ ଇତ୍ୟାଦି ବିଷୟରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିବା ସତ୍ତ୍ୱେ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି । ତେଣୁ ଯାତ୍ରୀ ସଂଘର ଦାବି, ଏକ ନୂଆ ଟ୍ରେନ ଅନୁଗୁଳ ଠାରୁ ଖୋର୍ଦ୍ଧା ରୋଡ କିମ୍ବା ଭୁବନେଶ୍ୱର ଚାଲିବା ନିମନ୍ତେ ରେଳବାଇ କର୍ତ୍ତୁପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ରୁଟ୍ ରେ ସମସ୍ତ ଟ୍ରେନର ରହଣି ଢେଙ୍କାନାଳ ଷ୍ଟେସନରେ ହେବା ନିମନ୍ତେ ସଂଘର ଦୃଢ ଦାବି ଉପସ୍ଥାପିତ କରାଯାଇଛି । ଏହି ଅଧିବେଶନର ସଫଳତା ନିମନ୍ତେ ସମସ୍ତ ସଭ୍ୟମାନଙ୍କୁ ସଂଘର ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ତଥା ସଂପାଦକ ବଦ୍ରି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରେଳବାଇ କର୍ତ୍ତୃପକ୍ଷ ନିକଟ ଭବିଷ୍ୟତରେ ଆମର ଦାବି ପୁରଣ ନକଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଦୃଢ ଦାବି ଉପସ୍ଥାପନା କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି