
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଅଳସୁଆ ହାଟ ନିକଟରେ ଥିବା ଡି.ହଂସରାଜ ରାଇସମିଲରେ ଏକ ପରିତ୍ୟକ୍ତ କାନ୍ଥଟି ହଠାତ ଭୁଶୁଡି ପଡିବାରୁ ସେଠାରେ ପରିବା ବିକୁଥିବା ୪ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଏବଂ ୫ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ରବିବାର ହାଟ ଦିନ ଥିବାରୁ ବେପାରୀମାନେ ସେଠାରେ ପରିବା ବିକ୍ରି କରୁଥିଲେ । ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି । ଜିଲ୍ଲାପାଳ ଘଟଣାସ୍ଥଳ ପହଞ୍ଚି ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
