ଢେଙ୍କାନାଳ ଅଳସୁଆ ହାଟରେ ଘଟିଯାଇଥିବା ଦୁର୍ଘଟଣା ସ୍ଥାନ ଅନୁଧ୍ୟାନ କଲେ ଜାତୀୟ ଆଇନ ସେବା ପ୍ରାଧିକରଣ:କ୍ଷତିଗ୍ରସ୍ତ ପରିବାରକୁ ଆଇନ ସେବା ଯୋଗାଇଦେବା ପାଇଁ ନିର୍ଦ୍ଧେଶ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ଦାଶଙ୍କ ନିର୍ଦ୍ଧେଶ କ୍ରମେ ସଚିବ ଅରୁଣ ପଟ୍ଟନାୟକ, ଶିଶୁ ସୁରକ୍ଷା ଅଧିକାରୀ, ଢେଙ୍କାନାଳ ଅନୁରାଧା ଗୋଶ୍ୱାମି ଓ PLV କବିତା ବେହେରା ଗତକାଲି ଢେଙ୍କାନାଳ ଅଳସୁଆ ହାଟ ଠାରେ ଘଟିଯାଇଥିବା ଦୁର୍ଘଟଣା ସ୍ଥାନକୁ ଗ୍ରସ୍ତ କରିଥିଲେ । ସେଠାକାର କିଛି ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଦୁର୍ଘଟଣା ବିଷୟରେ ଆଲୋଚନା କରିଥିଲେ ଓ ଦୁର୍ଘଟଣା ସ୍ଥଳର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଦୁର୍ଘଟଣାରେ ମୃତାହତ ଏବଂ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର ସହ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସଂଗେ ସଂଗେ ସେମାନଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ତତ ସଂଗେ ସଂଗେ ମୃତ ବ୍ୟକ୍ତି ମାୟାଧର ମଲ୍ଲିକ ସା-ସିଦ୍ଦାପଡା ଜି-ଢେଙ୍କାନାଳଙ୍କ ପରିବାର ଚାରି ସନ୍ତାନଙ୍କ ମଧ୍ୟରୁ ତିନି ଜଣ ପିଲାଙ୍କୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ କୁହାଯାଇଛି ଏବଂ ଜଣେ PLVଙ୍କୁ ମଧ୍ୟ ଉକ୍ତ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ : ଶୁଭମ କୁମାର ପାଣି