ଢେଙ୍କାନାଳ କଳିଙ୍ଗ ଆଇ ହସ୍ପିଟାଲ ପକ୍ଷରୁ ଗ୍ଲକୋମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଏକ ସଚେତନତା ଶୋଭାଯାତ୍ରା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଚକ୍ଷୁ ଚିକିତ୍ସାଳୟ କଳିଙ୍ଗ ଆଇ ହସ୍ପିଟାଲ ପକ୍ଷରୁ ଗ୍ଲକୋମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଏକ ସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରି ଜନସାଧାରଣଙ୍କୁ ଗ୍ଲକୋମା ରୋଗର କାରଣ ଓ ନିରାକରଣ ବିଷୟରେ ବୁଝାଇଛନ୍ତି । ଆରମ୍ଭରୁ ଏହି ରୋଗ ନିୟନ୍ତ୍ରଣ ନ କଲେ ଭବିଷ୍ୟତରେ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ଥାଏ ତେଣୁ ସମସ୍ତେ ଗ୍ଲକୋମା ଜମିବା ଓ ଏହାକୁ ଅଧିକ ବ୍ୟାପିବାକୁ ନ ଦେବା ପାଇଁ ସାମାଜିକ କର୍ମୀ ଓ ହସ୍ପିଟାଲର କର୍ମଚାରୀମାନେ ହାତରେ ପ୍ଳେକାର୍ଡ ଧରି ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ବହୁ କର୍ମୀ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି