

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭା ଗୃହରେ ଭାରତ ସ୍କାଉଟ ଓ ଗାଇଡ଼ ଢେଙ୍କାନାଳ ଶାଖାର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡ଼ର ମୁଖ୍ୟ କମିଶନର ସୁଧାନନ୍ଦ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କାଉଟ ଗାଇଡ଼ ମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ସମ୍ମାନିତ ଅତିଥି ଭାବରେ ସଦର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ନିତ୍ୟାନନ୍ଦ ବାରିକ, ଓଡାପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠି, ହିନ୍ଦୋଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ, କାମାକ୍ଷାନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, କଙ୍କଡ଼ାହାଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ, ଭୁବନ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଗଦିଆଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବାରିକ, ପରଜଙ୍ଗ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହରର ଦେହୁରୀ ଯୋଗଦେଇ ସ୍କାଉଟ ଗାଇଡ଼ ମାନଙ୍କୁ ଉପଦେଶ ଦେଇଥିଲେ । ଏଥିରେ ଜିଲ୍ଲା ସାଧନକର୍ମୀ ନରେଶ କୁମାର ମହାରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସ୍କାଉଟ କମିଶନର ଗଗନ ବିହାରୀ ନାୟକ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନ କମିଶନର ବିଜୟ କୁମାର ନନ୍ଦ, ଗାଇଡ଼ କମିଶନର ପୁଷ୍ପାଞ୍ଜଳି ଦଳେଇ, ଗାଇଡ଼ କ୍ୟାପଟେନ ସୌଦାମିନୀ ଦଳାଇ, ସ୍କାଉଟ ମାଷ୍ଟର ଶ୍ରୀଧର ସାହୁ, ନିଲୁଫର ଜାବେର ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେ.ପି ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁର, ମାତୃଭବମ ହାଇସ୍କୁଲ, ବାରଦା, ଶ୍ରୀ ବଳରାମ ହାଇସ୍କୁଲ, ଜୁବୁଲି ଟାଉନ, ଏଲ.ଏମ ହାଇସ୍କୁଲ, ସୌଦାମିନୀ ସ୍ମୃତି ଉଚ୍ଚ ବିଦ୍ୟାଳୟ, ସ୍କାଉଟ, ଗାଇଡ଼ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍କାଉଟ ଗାଇଡ଼ମାନେ ଏକ ଶାନ୍ତି ଶୋଭାଯାତ୍ରାରେ ଯାଇ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିକ୍ରମା କରି ଅଧିକାରୀ ମାନଙ୍କୁ ଟୋକନ ଫ୍ଲାଗ ପିନ୍ଧାଇ ଅନୁଷ୍ଠାନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
