

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲାର ଷ୍ଟେଟ୍ ବ୍ୟାଙ୍କ୍ ଆସୋସିଏନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଢେଙ୍କାନାଳ ସହରର ଏସବିଆଇର ମୁଖ୍ୟ ଶାଖାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଭୁବନେଶ୍ୱର ଜୋନ୍ ର ସମସ୍ତ ମୁଖ୍ୟ ନେତା ଶିବ ପ୍ରସାଦ ବେହେରା, ଅନ୍ନଦା ପ୍ରସାଦ, ଅନିଲ ପ୍ରଧାନ, ଦେବୀ ପ୍ରସାଦ ମିଶ୍ର, ନିର ମିଶ୍ର, ଚନ୍ଦ୍ର ଶେଖର ସାହୁ, ମନମୋହନ ନାୟକ, ଗୋପାଳ ଚନ୍ଦ୍ର ସାହୁ, ମୁରଲୀ ଭଞ୍ଜ, ଗଙ୍ଗା ପଟ୍ଟନାୟକ, ସନ୍ତୋଷ ବରାଳ, ବିଭାଷ୍ ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି