ଢେଙ୍କାନାଳ ଜିଲ୍ଲାରେ ମୋ ସ୍କୁଲ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କର ସ୍ୱପ୍ନର ପ୍ରକଳ୍ପ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ପ୍ରକଳ୍ପ ସଂଯୋଜକଙ୍କ ସଭା ଗୃହରେ ଶ୍ରୀମତୀ ସୁସ୍ମିତା ବାଗଚି ଅଧ୍ୟକ୍ଷା ମୋ ସ୍କୁଲ ଭୁବନେଶ୍ୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲପାଳ ଭୂମେଶ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଧାନନ୍ଦ ପରିଡା, ମୋ ସ୍କୁଲ ଅଭିଯାନର ସିଓଓ ଅମରଜିତ ଜେନା, ଗୋପାଳ କୃଷ୍ଣ ପଟ୍ଟନାୟକ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବିଭିନ୍ନ ବିଦ୍ୟାଳୟର ବଛା ବଛା ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଓ ଦିଗନ୍ତ ବିଷୟରେ ଶ୍ରୀଯୁକ୍ତ ପରିଡା ଆଲୋକପାତ କରିଥିଲେ । ବିଶେଷ ଭାବରେ ଢେଙ୍କାନାଳ ଜିଲ୍ଲାରେ ବିଦ୍ୟାଳୟ ଗୁଡିକର ସମୃଦ୍ଧି କରଣ ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ସାମାଜିକ ସହଭାଗିତା, ବଦାନ୍ୟ ବ୍ୟକ୍ତିଙ୍କ ଅନୁଦାନ ଠାରୁ ବିଦ୍ୟାଳୟ ଗୁଡିକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ନିଜର ଅଭିଜ୍ଞତା ଓ ଆଗାମୀ ଦିନରେ ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଗତି ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । କିଛି ପ୍ରଧାନ ଶିକ୍ଷକ ମଧ୍ୟ ନିଜ ନିଜର ବିଦ୍ୟାଳୟକୁ କିପରି ସୁନ୍ଦର ଏବଂ ଶ୍ରେଷ୍ଠ ବିଦ୍ୟାଳୟରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ବଦାନ୍ୟ ବ୍ୟକ୍ତିଙ୍କର ସହଭାଗିତା ଉପରେ ଦୃଢ ଆସ୍ଥା ପ୍ରକଟ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ବିଦ୍ୟାଳୟ ପ୍ରତି ଲୋକମାନଙ୍କର ଆବେଗ କିପରି ଆଗାମୀ ଦିନରେ ଆହୁରି ବଳବତ୍ତର ହେବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ ଉପସ୍ଥିତ ରହି ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଗତି ବାବଦରେ ମୁଖ୍ୟ ଅତିଥି ତଥା ଅଧ୍ୟକ୍ଷା ମୋ ସ୍କୁଲ ଅଭିଯାନ ଓଡିଶା ଭୁବନେଶ୍ୱରଙ୍କୁ ଅବଗତ କରାଇଥିଲେ । ଢେଙ୍କାନାଳ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ହୋଇଥିବାରୁ ଶ୍ରୀମତୀ ବାଗଚି ମହୋଦୟା ମୋ ସ୍କୁଲ କାର୍ଯ୍ୟକ୍ରମର ଅଗ୍ରଗତି ଦେଖି ନିଜର ସନ୍ତୋଷ ପ୍ରକାଶ କରିଥିଲେ ଓ ସମସ୍ତ ଅଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରେରିତ କରିଥିଲେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରି ସମୃଦ୍ଧି କରିବା ପାଇଁ ଯାହାର ପ୍ରତ୍ୟକ୍ଷ ପ୍ରଭାବ ବିଦ୍ୟାଳୟ ଉପରେ ପରିଲକ୍ଷିତ ହେବ ଏବଂ ଗୁଣାତ୍ମକ ଶିକ୍ଷା ଦିଗରେ ବିଦ୍ୟାଳୟର ଅଗ୍ରଗତି କରିବେ । ଶ୍ରୀଯୁକ୍ତ ପରିଡା ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଗତି ଓ ତଥ୍ୟ ରଖିବା ଛଳରେ ସମସ୍ତଙ୍କୁ ଆହ୍ୱାନ କରିଥିଲେ କେମିତି ଶିକ୍ଷପ୍ରେମୀ ଓ ଶିକ୍ଷାଅନୁରାଗୀ ମାନଙ୍କୁ ବିଦ୍ୟାଳୟ ସହିତ ଯୋଡି ହେବ ସେମାନଙ୍କ ମନ ଭିତରେ ଶିକ୍ଷାୟତନ ପ୍ରତି ଭଲ ପାଇବା ସୃଷ୍ଟି କରିହେବ ଓ ଏକ ପ୍ରକାର ମମତା ବୋଧ ଓ ସମ୍ମାନବୋଧ ତିଆରି କରିହେବ ଯାହାକୁ ପ୍ରଥେୟ କରି ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିପାରିବେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଆବଶ୍ୟକତାକୁ ଉପଲବ୍ଧି କରି ବିଭିନ୍ନ ପ୍ରକାର ପ୍ରକଳ୍ପ ଯଥା ପାନୀୟ ଜଳ ବ୍ୟବସ୍ଥା, ସାଇକେଲ ଷ୍ଟାଣ୍ଡ, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ଖେଳ ଉପକରଣ ଇତ୍ୟାଦି ପ୍ରସ୍ତାବ ସନ୍ନିବେଶ କରିବା ପାଇଁ ଅନୁରୋଧ କରାଯାଇଥିଲା । ଶ୍ରୀମତୀ ବାଗଚି ମହୋଦୟା ସମସ୍ତଙ୍କୁ ଆହ୍ୱାନ କରିଥିଲେ ଯେ କେବଳ ଅନୁଦାନ ଦେବା କିମ୍ବା ନିଜ ବିଦ୍ୟାଳୟର ଉନ୍ନତିସାଧନାରେ ସହାୟକ ହେବାରେ ସୀମିତ ନ ରହି ଏହି କାର୍ଯ୍ୟକ୍ରମ କେମିତି ଅଧିଆକ୍ରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ହେବ ସେମାନଙ୍କୁ ଏ କାର୍ଯ୍ୟକ୍ରମରେ ସାମିଲ କରିହେବ ଓ କାର୍ଯ୍ୟକ୍ରମର ସୁଦୂରପ୍ରସାରୀ ପ୍ରଭାବ ଉପଲବ୍ଧି କରିହେବ ଯେଉଁ ଯେଉଁ ସ୍କୁଲରେ ଏହି କାର୍ଯ୍ୟକ୍ରମ ଚଳୁଅଛି ସେମାନେ ନିଜର ପଡୋଶୀ ବିଦ୍ୟାଳୟକୁ ସମୃଦ୍ଧି କରିବା ପାଇଁ ବିଗ ବ୍ରଦର ଓ ବିଗ ଶିଷ୍ଟର ଭୂମିକା ନିର୍ବାହ କରିବା ଉଚିତ । ଅପରାହ୍ନରେ ଶ୍ରୀମତୀ ବାଗଚି କାନପୁର ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ଦ୍ୱାରା ନିର୍ମିତ ବହୁମୁଖି ଗୃହ, ବିବେକାନନ୍ଦ ପାଠାଗାରକୁ ଉଦଘାଟନ କରିଥିଲେ ଏବଂ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଆଲୁମୁନି ମେମ୍ବର ମାନଙ୍କ ସହିତ ଭାବ ବିନିମୟ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି