ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ, ଦୈରାତ୍ମା ବନ୍ଦ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଓ ଦୈରାତ୍ମା ବନ୍ଦ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନସାଧାରଣଙ୍କ ଗଣଧାରଣା । ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଓ ଦୈରାତ୍ମା ବନ୍ଦ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମର ପ୍ରତିନିଧି ଆଜି ଅନୁଭବ କରି କହିଛନ୍ତି  ଯେ ଜିଲ୍ଲାର କୃଷି ସମ୍ପୂର୍ଣ୍ଣ ଵିଧ୍ଵଂସ ହେବାକୁ ଯାଉଛି ଏବଂ ଅନେକ ଗ୍ରାମରେ ଚାଷ ବାସ ସମ୍ପୂର୍ଣ୍ଣ ଲୋପ ହୋଇଯାଉଛି । ଆଜି ଗ୍ରାମ୍ୟ, ଅର୍ଥନୀତି, ହାତୀ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ବିତ୍ପାତରୁ ଭୁଶୁଡି ଯାଉଛି । ବହୁତ ଗ୍ରାମର ଚାଷୀ ଦାଦନ ଶ୍ରମିକରେ ପରିଣତ ହୋଇଛନ୍ତି ଏବଂ ମୂଲ ମଜୁରୀ କରୁଥିବା ଲୋକମାନେ କାମ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ଏହି କଥାକୁ ଶାସନ ଯନ୍ତ୍ର ବୁଝିବାକୁ ରାଜି ନୁହନ୍ତି । କେବଳ ଯେ ହାତୀ ସୁରକ୍ଷା ପାଇଁ ସେମାନେ ବ୍ୟସ୍ତ ହୋଇପଡୁଛନ୍ତି କିନ୍ତୁ ଫସଲ ସୁରକ୍ଷା ଚାଷର ସୁରକ୍ଷା ଜନ ଜୀବନର ସୁରକ୍ଷା ତାଙ୍କ ଆଗରେ ତୁଛା ହୋଇପଡୁଛି ଘର ଭାଙ୍ଗିବା ଏବଂ ଫସଲ ନଷ୍ଟ କରିବା ଆଜି ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏହାର ସମାଧାନ ପାଇଁ ଜୀବନ ଜୀବିକା ସୁରକ୍ଷା କମିଟି ଢେଙ୍କାନାଳ ଜିଲ୍ଲା ତରଫରୁ ବାରମ୍ବାର ଦାବିପତ୍ର ଦେବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ତେଣୁ ଅତି ଜରୁରୀ ଭିତିରେ ପୂର୍ଣ୍ଣବାର ନିମ୍ନ ଲିଖିତ ଦାବି ଗୁଡିକ ସରକାରଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ସରକାରଙ୍କୁ ପ୍ରଦାନ କରିବାକୁ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ କରିଛନ୍ତି । ସେମାନଙ୍କ ମଧ୍ୟରେ ଲକ୍ଷ୍ମଣ କବି ବରଲପୁର, ନଭୋତ୍ତମ ଖଟୁଆ, ଗଙ୍ଗାଧର ନାୟକ, ମାଧବ ଚନ୍ଦ୍ର ବରାନ, ନବକିଶୋର ସିଙ୍ଗ, ଟଙ୍କଧର ରାଉତ, ମିରତ ବେହେରା, ଦ୍ରୋଣ ପଟ୍ଟନାୟକ, କବି ନାୟକ, ବିଜୟ କୁମାର ମହାରଣା, ଲମ୍ବୋଦର ଖଟୁଆ, ଦୀନବନ୍ଧୁ ନାୟକ, ଧରଣି ନାୟକ ସମେତ ଅନେକ ଗ୍ରାମବାସୀ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ଦାବି ଗୁଡି଼କ ହେଲା – ୧. ହାତୀ ତଥା ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ପରିସର ମଧ୍ୟରେ ରଖନ୍ତୁ । ୨. ହାତୀ ଦୈରାତ୍ମାରୁ ପଡିଆ ହୋଇଥିବା ଜମିକୁ ଏକର ପ୍ରତି ୪୦,୦୦୦ ଟଙ୍କା ପ୍ରତ୍ୟେକ ବର୍ଷ ଦିଅନ୍ତୁ । ୩ . ଧାନ ଫସଲ ନଷ୍ଟ କଲେ ଏକର ପ୍ରତି ୪୦,୦୦୦ ଏବଂ ପନିପରିବା ଆଖୁ ଚାଷ ବାବଦକୁ ଏକର ପ୍ରତି                  ୧,୦୦,୦୦୦ ଏକ ଲକ୍ଷ ଟଙ୍କା ଦିଅନ୍ତୁ । ୪. ଗାଈ ଗୋରୁ ମେଣ୍ଡା ମଇଁଷିକୁ ମରିଲେ ୬୦,୦୦୦ ଦିଅନ୍ତୁ । ୫. ଘର ଭାଙ୍ଗିଲେ ନୂତନ ଗୃହ ଦିଅନ୍ତୁ । ୬. ମଣିଷ ମରିଲେ ମୃତକଙ୍କ ପରିବାରକୁ ଚାଳିଶ ଲକ୍ଷ ଟଙ୍କା ଦିଅନ୍ତୁ । ୭. ଫସଲ ଜଗିବା ପାଇଁ ପ୍ରତ୍ୟକ ଗ୍ରାମରୁ ୧୫ ଜଣ ଯୁବକଙ୍କୁ ତାଲିମ ପ୍ରାପ୍ତ କରାଇ ହାତୀ ଘଉଡାଇବା ସରଞ୍ଜାମ ଦେଇ ସ୍ୱତନ୍ତ୍ର ନିଯୁକ୍ତି ଦିଅନ୍ତୁ ।

ରିପୋର୍ଟ : ଶୁଭମ ପାଣି