ଢେଙ୍କାନାଳ ଟାଉନ ସେଟରିଙ୍ଗ ମାଲିକ ସଂଘର ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଟାଉନ ସେଟରିଙ୍ଗ ମାଲିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନର ଯେଉଁ ଦର ଧାର୍ଯ୍ୟ କରାଯାଇଥିଲା ସେହି ବିଷୟରେ ଆଲୋଚନା କରି ଏହି ଧାର୍ଯ୍ୟ ଦର କାୟମ ରଖି କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି କରାଗଲା । ଏହି ବୈଠକରେ ସଭାପତି ସୂର୍ଯ୍ୟକେତୁ ଦାସ, ଉପାସବପତି ରାକେଶ ମଲ୍ଲିକ, ସଂପାଦକ ଚକ୍ରଧର ରାଉତ, ସହ ସମ୍ପାଦକ ଜୟ ପ୍ରକାଶ ସାହୁ ଏବଂ ଉପସ୍ଥିତ ସଦସ୍ୟ ପ୍ରଦ୍ୟୁମ୍ନ ମହାନ୍ତି, ବସନ୍ତ ଦଳେଇ, ଭାରତ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ସାହୁ, ତ୍ରିଲୋକ ରଞ୍ଜନ ଦଳେଇ, ସତ୍ୟ ପ୍ରକାଶ ବେହେରାଙ୍କ ସମେତ ଅନ୍ୟ ସଭ୍ୟ ବୃନ୍ଦମାନେ ଯୋଗ ଦେଇଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରାଯାଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି