ଢେଙ୍କାନାଳ ଡାଏଟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ..

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକଲି ଢେଙ୍କାନାଳ ଜିଲ୍ଲା ଶିକ୍ଷା ପ୍ରତିକ୍ଷଣ ଅନୁଷ୍ଠାନର ଶିକ୍ଷକ ଛାତ୍ରଛାତ୍ରୀମାନେ ଏନ.ଆଇ.ଓଏସ ଛାତ୍ରଛାତ୍ରୀମାନଙ୍କର ଓ.ଟି.ଇ.ଟି ର ଫର୍ମ ପୁରାଣ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ଗଣବିକ୍ଷୋଭ କରିଥିଲେ । ଆଗାମୀ ଦିନରେ ଏହା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେବା ସହ ଅନୁଷ୍ଠାନର ପାଠ ପଢ଼ାକୁ ଅନିର୍ଦ୍ଧିଷ୍ଟ କଲା ପର୍ଯ୍ୟନ୍ତ ବନ୍ଦ କରିଛନ୍ତି । ଏହି ବିକ୍ଷୋଭରେ ଅନୁଷ୍ଠାନର ଭାଗୀରଥି ନାଥ, ତୁଷାର ସାହୁ, ଅବିନାଶ ସୀତାକାନ୍ତ ମଲ୍ଲିକ, ଦୀପକ ବେହେରା, ପ୍ରମିତ ରାଜ, ସୂର୍ଯ୍ୟନାରାୟଣ ବାରିକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି