

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଢେଙ୍କାନାଳ ସହରରେ ବସବାସ କରୁଥିବା ଖୀଷ୍ଟିଆନ୍ ଭାଇ ଭଉଣୀମାନେ ବହୁତ ଆନନ୍ଦ ଓ ଉଲ୍ଲାସର ସହିତ ବଡ ଦିନ ଉତ୍ସବ ପାଳନ କରିଛନ୍ତି । ଏହି ଚର୍ଚ୍ଚର ପାଦ୍ରୀ ଆଚାର୍ଯ୍ୟ ସରୋଜ କୁମାର ସେଠି ଏବଂ ଭୁବନେଶ୍ୱର ସହରରୁ ଆସିଥିବା ମୁଖ୍ୟବକ୍ତା ଆଚାର୍ଯ୍ୟ ଉଲ୍ଲାସ ପାଣିଙ୍କ ଗହଣରେ ଏହି ଚର୍ଚ୍ଚର ମୁଖ୍ୟ କର୍ମକର୍ତ୍ତା ସମ୍ପାଦକ ଅମରେନ୍ଦ୍ର ନାୟକ, ସହସମ୍ପାଦକ ଅଭୟାନନ୍ଦ ବିହାରୀ ଏବଂ ସଭାପତି ପ୍ରଦୀପ ଦାସଙ୍କ ସମେତ ବହୁ ବ୍ୟକ୍ତି ବୃନ୍ଦ ଅଂଶ ଗ୍ରହଣ କରି ବଡ଼ ଦିନ ଉତ୍ସବଟିକୁ ମହା ସମାରୋହରେ ପାଳନ କରିଥିଲେ । ଏହି ଉତ୍ସବଟି ୨୪ ତାରିଖ ସନ୍ଧ୍ୟା ଠାରୁ ଆରମ୍ଭ କରାଯାଇଥାଏ କାରଣ ସେହି ରାତିରେ ୨୦୦୦ ବର୍ଷ ପୂର୍ବେ ଜଗତର ତ୍ରାଣକର୍ତ୍ତି ଯୀଶୁଖ୍ରୀଷ୍ଠ ଜନ୍ମ ଗ୍ରହଣ କରିଥିଲେ । ସେହି ଜନ୍ମ ଦିନକୁ ସ୍ମରଣ କରି ୨୫ ତାରିଖ ଦିନ ୩ ଘଣ୍ଟା ଠାରୁ ୫.୩୦ ମିନିଟ ପର୍ଯ୍ୟନ୍ତ ଗୀର୍ଜାଘର ଉକ୍ତ ଉତ୍ସବଟି ପାଳନ କରାଯାଇଛି । ଉକ୍ତ ଉତ୍ସବଟିରେ ଭୁବନେଶ୍ୱର ସହରରୁ ଆସିଥିବା ଜଣେ ପ୍ରଭୁଙ୍କ ଦାଶ ଆଚାର୍ଯ୍ୟ ଉଲ୍ଲାସ ପାଣି ଯୀଶୁଙ୍କ ଜନ୍ମ ଜୟନ୍ତୀ ବିଷୟରେ ଶିକ୍ଷା ଦେଇ ପ୍ରାର୍ଥନା ପର୍ବକୁ ପାଳନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି



