ଢେଙ୍କାନାଳ ବାହ୍ୟମଳ ମୁକ୍ତ ବ୍ଲକ ଘୋଷଣା ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ ଓ ବିଧାୟକ ସରୋଜ ସାମଲ

ଦେହଃଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ବ୍ଲକକୁ ବାହ୍ୟମଳ ମୁକ୍ତ ବ୍ଲକ ରୂପେ ଘୋଷଣା କରାଯାଇଛି । ସରକାରଙ୍କ ସ୍ଵଛ ଓଡିଶା ସୁସ୍ଥ ଓଡିଶା ଅଭିଯାନକୁ ଫଳବତୀ କରିବା ପାଇଁ ରାଜ୍ୟରେ ଢେଙ୍କାନାଳ ଜିଲ୍ଲା ବହୁ ଆଗରେ ରହିଛି । ସ୍ୱଚ୍ଛ ଭାରତ ଅଭିଯାନକୁ ଜିଲ୍ଲାପାଳ ଆନ୍ତରିକତା ସହ କାର୍ଯ୍ୟ କରୁଥିବାରୁ ଢେଙ୍କାନାଳ ସହର ସମେତ ଅନ୍ୟାନ୍ୟ ଗ୍ରାମଗୁଡିକରେ ମଧ୍ୟ ସ୍ୱଚ୍ଛତା ପରିଲକ୍ଷିତ ହେଉଛି । ଢେଙ୍କାନାଳ ବ୍ଲକକୁ ସ୍ୱଚ୍ଛ ମଲମୁକ୍ତ ବ୍ଲକ ରୂପେ ଘୋଷଣା ଅବସରରେ ଅନୁଷ୍ଠିତ ସମାରୋହରେ ଢେଙ୍କାନାଳ ଜିଲ୍ଲାପାଳ ନିଖିଳ ପବନ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ଓ ସୁସ୍ଥ ଓଡିଶା ଉପରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରାକ୍ଷା ଉପରେ ଗୁରୁତ୍ୱାରୋପ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ମୁଖ୍ୟଅତିଥି ରୂପେ ଯୋଗଦେଇ ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ଉପରେ ଲୋକଙ୍କୁ ସଚେତନ କରାଇଥିଲେ । ବିଧାୟକ ସରୋଜ ସାମଲ ସମ୍ମାନୀୟ ଅତିଥିରୂପେ ଯୋଗଦେଇ ସ୍ୱଚ୍ଛ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସାଧାରଣ ବର୍ଗର ପରିବାରଙ୍କୁ ଚାଳିଶି ହଜାର ନଅଶହ ପାଇଖାନା ବିନାମୁଲ୍ୟରେ ସରକାର ଯୋଗାଇ ଦେଇଛନ୍ତି ବୋଲି କହିଥିଲେ ।