

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠ୍ୟଚକ୍ରର ବିଷୟ ହେଉଛି ‘ସିଟିଜେନ୍ସି ଏମେଣ୍ଡମେଣ୍ଟ ଆକ୍ଟ:ନ୍ୟୂଉ ଚେଲେଞ୍ଜସ ଟୁ ଇଣ୍ଡିଏନ ଫେଡ଼େରାଲ ଅଡ଼ର’ । ଏହି ପାଠ୍ୟଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନୈତିକି ବିଶ୍ଳେଷଣ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ସଭାପତି ଭାବେ ରଣଜିତ ପ୍ରଧାନ, ସଂଗଠକ ଭାବେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ଼. ପ୍ରଦୀପ କୁମାର ନନ୍ଦୀ, ସଂଯୋଜିକା ଭାବେ ଶ୍ରୀମତୀ ଶୁଭସ୍ମିତା ଖୁଣ୍ଟିଆ ଓ ଶିକ୍ଷା ସଂଜ୍ଞାୟ ଭାବେ ଆରଶିୟା ଅଞ୍ଜୁମ ଏବଂ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ ପାଣି