

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାଲିଆ ବୋଲ କାଟେଣୀ ପଞ୍ଚାୟତର କଅଁରପୁର ଗ୍ରାମ ଓ ସପ୍ତଶଯ୍ୟା ପଞ୍ଚାୟତର ମାଝୀ ସାହିରେ ଢେଙ୍କାନାଳ ସଚେତନ ନାଗରୀକ ଫୋରମର ସଦସ୍ୟମାନଙ୍କ ଦ୍ୱାରା କରୋନା ସମ୍ପର୍କରେ ସଚେତନ କରାଇ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି l ଏଥିରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାବୁନରେ ହାତ ଧୋଇବା, ଘରୁ ବାହାରକୁ ନ ବାହାରିବା, ଅତି ଆବଶ୍ୟକ କାମ ପଡିଲେ ହିଁ ଘରୁ ମାସ୍କ ପିନ୍ଧି ବାହାରିବା ଏହି ଭଳି ସଚେତନତା କରିବା ସହିତ ସାବୁନ ଓ ମାସ୍କ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ସଚେତନ ନାଗରିକ ଫୋରମର ସଦସ୍ୟମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ l
ରିପୋର୍ଟ : ଶୁଭମ ପାଣି