

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଦେଉଳ ସାହି ସ୍ଥିତ ବଜରଙ୍ଗ କ୍ଳବ ପରିସରରେ ଢେଙ୍କାନାଳ ସଦର ବ୍ଲକ କନିଷ୍ଠ ଶିକ୍ଷକ ସଂଘର ଏକ ସାଧାରଣ ବୈଠକର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ପୁଲୱାମାରେ ଶହୀଦ ହୋଇଥିବା ବୀର ସୈନିକ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା ସହ ମହମବତୀ ଜାଳି ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ସଭାରେ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ଏବଂ ୨୦୧୨ ବ୍ୟାଚର ନିୟମିତତା ପ୍ରକ୍ରିୟା ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା । ଏହି ସଭାରେ ସଦର ବ୍ଲକର ସଂପାଦକ ଆମ୍ବୁଜ କୁମାର ପୃଷ୍ଟି ଓ ଶିକ୍ଷକ ନୃସିଂହ ଚରଣ ବେହେରା, ଅର୍ଜୁନ ନାଏକ, ସନ୍ଦୀପ ସାହୁ, ମନୋଜ ଶତପଥୀ, ସତ୍ୟନାରାୟଣ ସାହୁ, ସ୍ୱର୍ଣ୍ଣପ୍ରଭା ବେହେରା, ଅନିମା ସାହୁ, ଲିପି ରାଉତ, ସମୀନା ସୁବୁଦ୍ଧି, ମନୋରମା ସାହୁ, ସମରେନ୍ଦ୍ର ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ସଭାରେ ଏକ ଶହରୁ ଉର୍ଦ୍ଧ ଶିକ୍ଷକ ଯୋଗ ଦେଇଥିଲେ । ପରିଶେଷରେ କନିଷ୍ଠ ଶିକ୍ଷକ ସଂଘର ସଂପାଦକ ଆମ୍ବୁଜ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରି ବୀର ସୈନିକଙ୍କୁ ସଲାମ ଦେଇ ସଭା ଶେଷ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
