ଢେଙ୍କାନାଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ପଠନ କ୍ଲବରେ କବିତା ଆସର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଦେଓଗାଁ ବ୍ଲକ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଠନ କ୍ଳବ ତରଫରୁ କବିତା ଆସର ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୧୩ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବ୍ୟଙ୍ଗ କବି କୁଳମଣି ଦାସ ଯୋଗଦେଇ ବ୍ୟଙ୍ଗ କବିତା ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ ଆଶୁ କବିତା ଶୁଣାଇଥିଲା ବେଳେ ପଠନ କ୍ଲବ ସଭାପତି ସୁଭଦ୍ରା ଷଡ଼ଙ୍ଗୀ ପରିବେଶ କବିତା ସୁନ୍ଦର ଭାବେ ଗାନ କରିଥିଲେ । କାର୍ଯ୍ୟକମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ଦାସ, ମମତା ବେହୁରି ଓ ପ୍ରଜ୍ଞା ସାଗରିକା ସ୍ୱାଇଁ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ଶ୍ରୀୟା ଶୁଚିସ୍ମିତା ଖଟୁଆ ଧନ୍ୟବଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି