ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାତ୍ମାଗାନ୍ଧୀଙ୍କ ଫୋଟଚିତ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୁପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟ ଆରମ୍ଭ କରିଥିଲେ ।ମହାତ୍ମାଗାନ୍ଧୀଙ୍କ ତ୍ୟାଗ ମୁତ ଜୀବନ ସମଗ୍ର ବିଶ୍ୱରେ ପ୍ରଶଂସନୀୟ । ଏଣୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରେରିତ ହେବା ପାଇଁ ଶ୍ରୀ ସାହୁ ଚାତ୍ରଛାତ୍ରୀମାନକୁ ଆହ୍ୱାନ ଦେଇଥିଲେ । ଏଥିରେ ଢେଙ୍କାନାଳ ଜିଲ୍ଳାପାଳ ମହୋଦୟ ମହାତ୍ମାଗାନ୍ଧୀଙ୍କ ସ୍ମରଣାର୍ଥେ ପ୍ରଦାନ କରିଥିବା ବାର୍ତ୍ତା ପାଠ କରି ବ୍ୟକ୍ତିଗତ ଓ ସାମୁହିକ ଭାବେ କାର୍ଯ୍ୟ କରି ବାପୁଜୀଙ୍କ ସ୍ୱପ୍ନ “କୁଷ୍ଠରୋଗୀଙ୍କ” ପ୍ରତି ସାମାଜିକ ଭେଦଭାବ ଦୂର କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଯତ୍ନଶୀଳ ହେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଶପଥପାଠ କରିଥିଲେ । ପରେ ସହିଦ ଦିବସ ଉପଲକ୍ଷେ ଭାରତର ସ୍ୱାଧିନତାରେ ମହାନ ତ୍ୟାଗ ଜନ ଜୀବନ ଦେଇଥିବା ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉପଲକ୍ଷେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷୟତ୍ରୀ ଶାନ୍ତିଲତା ଦାସ ଓ ମମତା ବେହୁରୀ ସ୍ଥାନୀୟ ସହଯୋଗ କରିଥିଲେ । ସ୍ଥାନୀୟ ସିଆରସିସି ଶ୍ରୀ ପ୍ରୟଦେବ ଶତପଥୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି