

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହରର ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳର ସାଂସଦ ମହେଶ ସାହୁଙ୍କ ପ୍ରଚେଷ୍ଟାରେ ଢେଙ୍କାନାଳବାସୀଙ୍କ ଉଦେଶ୍ୟରେ ଏକ ଆମ୍ବୁଲାନ୍ସ ଏବଂ ଏକ ଶାନ୍ତି ରଥ ପ୍ରଦାନ କରାଯାଇଛି । ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନର ପ୍ରଚେଷ୍ଟା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ସ୍ୱାସ୍ଥ୍ୟ ପରିବହନ ଏବଂ ପୂର୍ବତନ ସାଂସଦ ସରଙ୍ଗାଧର ଦାସଙ୍କ ଉଦେଶ୍ୟରେ ଏହି ସେବା ଲୋକାର୍ପଣ କରାଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ସାଂସଦ ମହେଶ ସାହୁ, ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆମ୍ବୁଲାନ୍ସ ଓ ଶାନ୍ତିରଥର ରକ୍ଷଣାବେକ୍ଷଣ ପାଇଁ ଏକ ୪୦ ଜଣିଆ କମିଟି ଗଠନ କରାଯାଇଛି । ଏଥିସହ ଢେଙ୍କାନାଳର ଦୁଇଟି ସାମ୍ବାଦିକ ସଂଘ ଓ ବଜାରଙ୍ଗୀ କ୍ଲବକୁ ଗୋଟିଏ ଲେଖାଏଁ ସ୍ପ୍ରେୟାର ପ୍ରଦାନ କରାଯାଇଛି । ସାଂସଦଙ୍କର ଏଭଳି କାର୍ଯ୍ୟକୁ ସମସ୍ତ ମହଲରେ ଶୁଭେଚ୍ଛା ଜଣାଯାଇଛି ।
