ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଅଣୁ ଲୋକ ଅଦାଲତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ଢେଙ୍କାନାଳ ସିଭିଲକୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଅଣୁ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ମୋଟର ଦୁର୍ଘଟଣା ଜନିତ ୨୯ଟି ମାମଲା ଫଏସଲା କରାଯାଇଛି । ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁ ଟ.୧୫୯୭୫୦୦୦ ପ୍ରଦାନ କରାଯାଇଛି । ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ସୁକାନ୍ତ କିଶୋର ଜେନା ପରିଚାଳନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ କୋର୍ଟର କର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରୁ ରୂପେ ପରିଚାଳନା କରିବାରେ ସହାୟତା କରିଥିଲେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜଣାଇଛନ୍ତି ।

ରିପୋର୍ଟ : ଶୁଭମ ପାଣି