

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଜନୀତି ବିଭଗରେ ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ରଶ୍ମି ମିଶ୍ରଙ୍କ ପୌରୋହିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି ପାଠଚକ୍ରରେ ରେଭେନସା ବିଶ୍ୱବିଦ୍ୟାଳୟର ପ୍ରଫେସର ଜ୍ଞାନ ରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଧୁନିକତା ଓ ଏହାର ତତ୍ତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ କରିଥିଲେ । ଭାରପ୍ରାପ୍ତ ବିଭାଗ ମୁଖ୍ୟ ଡ଼. ରମେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ଶୁଭସ୍ମିତା ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ମାନିନୀ ପ୍ରଧାନ ସଞ୍ଚାଳନ କରିଥିଲେ ଓ ଅଧ୍ୟାପକ ଗୋପୀନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପାଠ୍ୟଚକ୍ର ସମ୍ପାଦକ ସନ୍ଦୀପନୀ ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ । ଲିପ୍ସାରାଣୀ ରାଉତ, ଶାଶ୍ଵତୀ ପଣ୍ଡା, ତୃପ୍ତିମୟୀ ରଣା, ସାଗରିକା ସାହୁ, ଚିନ୍ମୟ ବାରିକ, ବିଶ୍ୱରଞ୍ଜନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
