

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ‘କ୍ୟାରିୟର କାଉନସେଲିଂ’ ସେଲର ଉଦଘାଟନ ଓ ଉଦ୍ଦେଶ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ (ଓରିଏଣ୍ଟେସନ ପ୍ରୋଗ୍ରାମ) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଷୟ ବସ୍ତୁ ସ୍ନାତକ ଓ ସ୍ନାତକୋଭର ପରେ ନିଯୁକ୍ତି ସମ୍ଭାବନା ଉପରେ ବିଶେଷ ଭାବେ ଆଲୋକପାତ କରାଯାଇଥିଲା । କଲେଜର ଅଧ୍ୟକ୍ଷା ଡ଼ଃ ରଶ୍ମୀ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିବର୍ତ୍ତିତ ସମୟରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ କ୍ୟାରିୟର କାଉନସେଲିଂ ସେଲର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବରିଷ୍ଠ ଅଧ୍ୟାପକ ପଦ୍ମାକାନ୍ତ ମିଶ୍ର କ୍ୟାରିୟରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଡ଼ଃ.ଅନିରୁଦ୍ଧ ଖିଲାର ଓ ଡ଼ଃ ଦେବାଶିଷ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ବାଣିଜ୍ୟ ଅଧ୍ୟାପକ ରଜନୀକାନ୍ତ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
