ଢେଙ୍କାନାଳର ଆଟ ଅଫ ଲିଭିଙ୍ଗ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ତଥା ରବିବାର ଦିନ ଢେଙ୍କାନାଳର ଆଟ ଅଫ ଲିଭିଙ୍ଗ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଢେଙ୍କାନାଳର ହେଚକ୍ୟୁ(HQ) ହସ୍ପିଟାଲ ଠାରେ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ଏହି କାର୍ଯ୍ୟକ୍ରମ ଦ୍ୱାରା ହସ୍ପିଟାଲ ପରିସର କେମିତି ସଫା ରହିବ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଷୟରେ ଗତ ଶନିବାର ଦିନ ସିଡିଏମଓଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା ଓ ସ୍ୱଚ୍ଛତା କାମରେ ହସ୍ପିଟାଲ ତରଫରୁ ପୁରା ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ରବିବାର ମଧ୍ୟ ସଫେଇ କାର୍ଯ୍ୟକ୍ରମ ହସ୍ପିଟାଲର ଅନୁମତିରେ ହେବ । ଢେ଼ଙ୍କାନାଳର ଜନସାଧାରଣଙ୍କୁ ଏ ମହତ୍ତ କାର୍ଯ୍ୟରେ ସାମିଲ ହେବାକୁ ଆର୍ଟ ଅଫ ଲିଭିଂ ତରଫରୁ ନିବେଦନ କରାଯାଇଅଛି । ଏଥିରେ ଭାବଗ୍ରାହୀ ପଣ୍ଡା, ଜ୍ୟୋତି ପଟ୍ଟନାୟକ, ଶଙ୍କର ଦୋରା, ଭାସ୍କର ରାଓ, କ୍ଷେତ୍ରମୋହନ ସାହୁ, ଚିତ୍ତରଞ୍ଜନ ସାହୁ, ମାଧବନନ୍ଦନ ମହାପାତ୍ର, କାମାକ୍ଷା ଲେଙ୍କା, ରାମଚନ୍ଦ୍ର ବେହେରା, ରଣଜିତ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ସମୀର ପ୍ରଧାନ, କେଶବ ନାୟକ, ଡ଼. ମିମାଇଚରଣ, ବାପୁଙ୍କ ସମେତ ଅନ୍ୟ ବହୁ ଲୋକ ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି