

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଦୈବିଦୁର୍ବିପାକର କିପରି ମୁକାବିଲା କରାଯାଇପାରିବ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥିରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଯଥା ଭୂମି କମ୍ପ, ବାତ୍ୟା, ବନ୍ୟା ଯୋଗୁଁ କିପରି ନିଜକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ଢେଙ୍କାନାଳ ଦମକଳ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟ ଶୈଳୀ ସବୁ ଉପସ୍ଥିତ ଥିବା ଲୋକଙ୍କୁ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଯଦ୍ୱାରା କି ସମ୍ବାବ୍ୟ ବିପର୍ଯ୍ୟର ମୁକାବିଲା କରାଯାଇ ପାରିବ ଏପରିକି କୌଣସି ପ୍ରକାରର ଆସୁବିଧାର ସମ୍ମୁଖୀନ ନ ହୋଇ ସମସ୍ତେ ସୁରକ୍ଷୀତ ରହିବେ ସେହି ସବୁ କୌଶଳ ବିଷୟରେ ଶିକ୍ଷା ଦିଆଯାଇଥିଲା । ଏଥିରେ ଢେଙ୍କାନାଳ ଦମକଳ କେନ୍ଦ୍ରର ଆସିଷ୍ଟାଣ୍ଡ ଫେୟାର ଅଫିସରଙ୍କ ଉପସ୍ଥିତିରେ ଏକ ତାବି ଅଧୀନରେ ଆସିଥିବା କର୍ମଚାରୀ ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ
। ସହକାରୀ ଅଗ୍ନିଶମ ଅଧିକାରୀ ଉମାକାନ୍ତ ନାଏକ, ମୁଖ୍ୟ ଅତିଥି ଜଗନ୍ନାଥ ନାଏକ, ପରିଚାଳକ ବ୍ରହ୍ମାନନ୍ଦ ସାହୁ, ଦେବରାଜ ମୁଣ୍ଡା, ଦେବରାଜ ଭୁଏ, କୃପାସିନ୍ଧୁ ସ୍ୱାଇଁ, ସ୍ୱାଗତ କୁମାର ରାଉତ ଏବଂ ସବଅଫିସର ଟ୍ରେନିଂ ପାଇଁ ଆସିଥିବା ସବଅଫିସର ସଚିନ କୁତକୋଲି ଓ ଚନ୍ଦ୍ରକାନ୍ତ ଗୌଡ଼ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି

