ଢେଙ୍କାନାଳର ବାଜିଚୌକି ଚନ୍ଦ୍ରଶେଖର ଜୀଉ ବୋଲବମ ସେବା ସଂଘ ପକ୍ଷରୁ କାଉଡିଆଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ହେଉଛି ପବିତ୍ର ଶ୍ରାବଣ ମାସର ୪ର୍ଥ ସୋମବାର । ଏହି ଅବସରରେ ବିଭିନ୍ନ ଶିବ ପୀଠରେ କାଉଡିଆମାନେ ଏବଂ ଶ୍ରଦ୍ଧାଳୁ ଭକ୍ତମାନେ ଜଳାଭିଷେକ କରିଛନ୍ତି । ସୂଚନା ଯେ, ଢେଙ୍କାନାଳର ବାଜିଚୌକି ଚନ୍ଦ୍ରଶେଖର ଜୀଉ ବୋଲବମ ସେବା ସଂଘ ପକ୍ଷରୁ ନିରବ ଛିନ୍ନତା ଭାବେ ୨୧ ବର୍ଷ ଧରି ଶ୍ରାବଣ ମାସରେ କାଉଡିଆମାନଙ୍କ ପାଇଁ ଖାଦ୍ୟ ପାନୀୟଜଳ, ଗାଧୋଇବା ପାଇଁ ଜଳ ଏବଂ ମନୋରଞ୍ଜନ ପାଇଁ ଭଜନ ସମାରୋହ ମହାସମାରୋହରେ ପାଳିତ କରାଇ ଆସୁଛନ୍ତି । ଏହି ବର୍ଷ ମଧ୍ୟ ସଂଘ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ସଂଘର ସଭାପତି ଜ୍ଞାନଚାନ୍ଦ ମିଶ୍ର, ସମ୍ପାଦକ ସତ୍ୟାନନ୍ଦ ରାଉତ, ସହସଂପାଦକ ସରୋଜକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଜେନା(ଜିତୁ) ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ପ୍ରଭାକର ରାଉତ, ସୁଶାନ୍ତ ବେହେରା, ନିର୍ମଳ ରାଉତ, ପଦ ସିଂ, ପ୍ରମୋଦ ସାହୁ, ପ୍ରେମ ଶଙ୍କର ମିଶ୍ର, କରୁଣାକର ବେହେରା, ପ୍ରମୋଦ କୁମାର ରାଉତ, ଶ୍ରୀନିବାସ ମହାରଣା, ନାରାୟଣ ଚୌଧୁରୀ, ଉଦୟ କୁମାର ରାଉତ, କୁନା ରାଉତ, ଦିଲୀପ ମହାନ୍ତି, ସୁଶାନ୍ତ ଶତପଥୀ, ମନୋରଞ୍ଜନ ଜେନା, ବିକାଶ ସାହୁ, ଅଜିତ କୁମାର ସାହୁ(ନିଧି) । ସେହିଭଳି ଭଜନ ସମାରୋହରେ ଭବାନୀ କଳା ପରିଷଦର ଦିଲୀପ କୁମାର ତ୍ରିପାଠୀ, ଉମାକାନ୍ତ ଗିରି, ସୂର୍ଯ୍ୟକାନ୍ତ ମିଶ୍ର (ରାଜା), ଲବଲି ଓ ଗୀତା ବୋଲି ଜଣାପଡିଛି ।

ରିପୋର୍ଟ : ଶୁଭମ କୁମାର ପାଣି