

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଲର୍ଡ଼ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ପ୍ରତିଦିନ ରାତିରେ ବୁଲା କୁକୁରମାନଙ୍କୁ ରୁଟି, ପାରୁଟି, ବିସ୍କୁଟ ଓ ଭାତ ଚିକେନ୍ ଏବଂ ବୁଲା ଗୋରୁମାନଙ୍କୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଦିଆଯାଇଛି । ଲକଡାଉନ ସମାପ୍ତ ହେବା ପର୍ଯ୍ୟନ୍ତ ଏଭଳି ପ୍ରତିଦିନ ଖାଇବାକୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ନିର୍ଦେଶକ ଭାରତ ଭୂଷଣ ବେହେରା, ସେବତୀ ବେହେରା, ସୋୟଂସୁ ସୁମନ, ସମୁଟିରୁପ ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଆଗାମୀ ଦିନ ମାନଙ୍କରେ ସଂଗଠନ ତରଫରୁ ଆବରନେସ କାର୍ଯ୍ୟକ୍ରମ ସହିତ ମାଗଣାରେ ମାକ୍ସ, ସାବୁନ, ଲିଫ୍ଲେତ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଅଛି ବୋଲି ସଂଗଠନର ମୁଖ୍ୟ ଭାରତ ଭୂଷଣ ବେହେରା ସୂଚନା ଦେଇଛନ୍ତି ।
ରିପୋର୍ଟ : ଶୁଭମ ପାଣି