ଢେଙ୍କାନାଳର ସୁଲକ୍ଷଣା ଦେବୀ ସରକାରୀ ବାଳିକା ବିଦ୍ୟାଳୟରେ ସ୍ମାର୍ଟ କ୍ଲାସର ଶୁଭାରମ୍ଭ କଲେ ଜିଲ୍ଲାପାଳ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସୁଲକ୍ଷଣା ଦେବୀ ସରକାରୀ ବାଳିକା ବିଦ୍ୟାଳୟର ସ୍ମାର୍ଟ କ୍ଲାସର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା । ସ୍ମାର୍ଟ କ୍ଲାସ କହିଲେ କୋମଳମତି ଛାତ୍ରଛାତ୍ରୀମାନେ ସ୍ମାର୍ଟ ଟିଭି ମାଧ୍ୟମରେ ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ୱାରା ପ୍ରସ୍ତୁତ ୯ମ ଓ ୧୦ମ ଶ୍ରେଣୀର ପାଠ୍ୟ ପୁସ୍ତକର ପ୍ରତ୍ୟେକ ବିଷୟ ଓ ପ୍ରସଙ୍ଗର ଅଧାରିକ ଶିକ୍ଷଣ କାର୍ଯ୍ୟ ପରିବେଷଣକୁ ସହଜରେ ଶିକ୍ଷା ଲାଭ କରି ପାରିବେ । ଫଳରେ ପିଲାମାନଙ୍କର ଶିକ୍ଷଣ ସହଜ, ସରଳ, ବୋଧଗମ୍ୟ, ଆମୋଦ ଦାୟକ ଓ ଚିରସ୍ଥାୟୀ ହୋଇ ରହିବ । ଜିଲ୍ଳାଶିକ୍ଷା ଅଧିକାରୀତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନେତୃତ୍ୱରେ ସଦର ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, କାମାକ୍ଷାନଗର ଶିକ୍ଷା ଅଧିକାରୀ ଅଜୟ ପାତ୍ର ବିହାର ଜିଲ୍ଲାର ବାଙ୍କା ସହରର ସ୍ମାର୍ଟ କ୍ଳାସ ପରିଦର୍ଶନ ଓ ତାହାର ପ୍ରଭାବ ଅନୁଧ୍ୟାନ କରିବା ପାଇଁ ଯାଇଥିଲେ । ସେମାନଙ୍କ ପ୍ରଚେଷ୍ଠାରେ ଓ ଜିଲ୍ଲାପାଳ ମହୋଦୟଙ୍କ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ କରାଯିବାର ଅନୁମୋଦନ ହୋଇଛି । ଏହା ଓଡ଼ିଶାରେ ପ୍ରଥମ ଓ ନୂତନ କାର୍ଯ୍ୟକ୍ରମ ଯାହାକି ଢେଙ୍କାନାଳର ସୁଲକ୍ଷଣା ଦେବୀ ବାଳିକା ବିଦ୍ୟାଳୟ ଆରମ୍ଭ କରାଯାଇଛି । ଉଦଘାଟନ ଉତ୍ସବରେ ଶିକ୍ଷା ଶିକ୍ଷା ଅଧିକାରୀ ସଭାପତିତ୍ୱ କରିଥିଲେ । ସଦର ଓ କାମାକ୍ଷାନଗର ବିଇଓ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମହୋଦୟ ସ୍ମାର୍ଟ କ୍ଲାସରେ ଆଲୋଚିତ ପ୍ରସଙ୍ଗ ଆମ ଜିଲ୍ଲା ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ଏହାସହ ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ୮ଟି ବ୍ଲକରେ ୨୦ଟା ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ ଧନ୍ୟବାଦ ଦେବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୮ଟି ବ୍ଳକର ଶିକ୍ଷା ଅଧିକାରୀଙ୍କ ସମେତ ଆଉ ଯେଉଁ ୪ଟା ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଚାଲିବା ସେ ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ । ଇକୋଭେସନର ଅପରେସନ ମ୍ୟାନେଜର ପ୍ରଭୁ ଆଶିଷ ମହାପାତ୍ର କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଏତତବ୍ୟତୀତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ କର୍ମଚାରୀ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରତାପ ପଣ୍ଡା ଓ ପୁରାତନ ଛାତ୍ରୀ ସଂସଦର ସଭାନେତ୍ରୀ କୃଷିଦା ବେଗମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ ଜଣାଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି