ଢେଙ୍କାନାଳରେ ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର ଉଦଯାପିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତୃତୀୟ ପର୍ଯ୍ୟାୟ ଉଜ୍ଜ୍ଵଳ ପ୍ରଶିକ୍ଷଣ ଶିବିର ପୋଲିସ ଲାଇନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସଦର ବ୍ଲକ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ମହୋଦୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଦର ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଅଦୈତ ସାମଲ, ମଧୁସୂଦନ ଓ ଭଗବାନ ବେହେରା ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଇଚ୍ଛାବତୀ ରାଉତ, ଦେବେନ୍ଦ୍ର କୁମାର ସେଠି, ରସାନନ୍ଦ ମହାରଣା, ସୁନିତା ମହାରଣା, ଯଶବେତନ ମହାପାତ୍ର ପ୍ରମୁଖ ଯୋଗଦେଇ ଉଜ୍ଜ୍ୱଳ ତାଲିମ ସମ୍ବଦ୍ଧିତ ବିଭିନ୍ନ ପାଠ୍ୟକ୍ରମ ପରିଚାଳନାରେ ୫ଟି ମୁଖ୍ୟ ସୋପାନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରାଇଥିଲେ । ବିଦ୍ୟାଳୟ ଗୁଡିକରେ ଲରନିଙ୍ଗ କ୍ୟାମ୍ପ ଏପ୍ରିଲ ପହିଲାରୁ ୪୦ ଦିନ ପର୍ଯ୍ୟନ୍ତ ଓ ରୟ ପାଇଁ ୨୫ ସପ୍ତାହ ପର୍ଯ୍ୟନ୍ତ ଉଜ୍ଜ୍ୱଳ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ା ଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୋଲାପମଣି ସାହୁ ତଥା ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି