ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଢେଙ୍କାନାଳରେ କଳ୍ପନା ଦାଶଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଜନକ୍ରାନ୍ତି ପରିଷଦ ପକ୍ଷରୁ ଢେଙ୍କାନାଳର ପିପାର ହଲରେ ଏହି ଶୋକସଭା ଅନୁଷ୍ଠିତ କରାଯାଇଥିଲା । ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଶୋକ ସଭାରେ ସ୍ୱର୍ଗତା କଳ୍ପନାଙ୍କ ସ୍ମୃତି ଚାରଣ କରିଥିଲେ ମନୋରଂଜ ନନ୍ଦ, ବାହାଦୁର ପାଟରାଳାଣି, ଦେବୀ ମିଶ୍ର, ଅଥୟ କୁମାର ସାହୁ ଓ ମନୋଜ ସାହୁ । ଏହି ସଭାରେ କଳ୍ପନା ଜଣେ ବୀରାଙ୍ଗନା, ଦୁଃସାହସୀ ଓ ସାହସିନୀ ମହିଳା, ସେ ଢେଙ୍କାନାଳର ମାଟିର ଗୌରବ ବୋଲି କୁହାଯାଇଥିଲା । ଏହାସହ ତାଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ କଳ୍ପନାଙ୍କ ଏକ ପ୍ରତିମୂର୍ତ୍ତି ଢେଙ୍କାନାଳ ସହରରେ ପ୍ରତିଷ୍ଠା କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି