ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ପ୍ରିମିୟାର ଲିଗର ଫାଇନାଲ ମ୍ୟାଚରେ ମୁର୍ଦୁଙ୍ଗା ଦେଓଗାଁକୁ ପରାସ୍ତ କରି ବିଜେୟୀ ହୋଇଥିଲା । ଦେଓଗାଁ ପ୍ରଥମେ ଟଚ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ୨୦ ଓଭରରେ ୨୦୧ ରନ କରିଥିଲା । ତା’ର ଜବାବ ରେ ମୂର୍ଦଙ୍ଗା ୧୬ଓଭରରେ ସମସ୍ତେ ଉଇକେଟ ହରାଇ ୮୮ ରନ କରି ପାରିଥିଲା ।ମୁଖ୍ୟଅତିଥି ଭାବେ ନିହଳ ପ୍ରସାଦ ସରପଞ୍ଚ ତାପସ କୁମାର ସାହୁ , ସମ୍ମାନୀତ ଅତିଥି ଭାବେ ବିଜେଡିର ଗଁଦିଆ ବ୍ଲକ
ସଭାପତି ବିଶ୍ୱନାଥ ଜେନା , ତାପସ ରାଉତ, ଚିତ୍ତରଞ୍ଜନ କଁଅର, କୃଷ୍ଣଚନ୍ଦ୍ର ବାରିକ,ଗଣେଶ୍ୱର ପ୍ରଧାନ, ଅନନ୍ତ ଚରଣ ଶତପଥୀ ପ୍ରମୁଖ ଯୋଗଦେଇଥିବା ବେଳେ ସୁରେନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ ଓ ଲିପୁନ ବେହେରା, ବାବୁଲ ସାହୁ, କାଁହୁ ରଣା ପ୍ରମୁଖ ପରିଚାଳନା କରିଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି