ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା….

ଢେଙ୍କାନାଳ(ଶୁଭମ ପାଣି ) ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ପିଙ୍ଗୁଆ  ଗ୍ରାମର ନାମ ଢେ଼ଙ୍କାନାଳ ଜିଲ୍ଲାରେ ବେଶ ପ୍ରସିଦ୍ଧି ଲାଭ କରିଛି। ଏହି ଗ୍ରାମରେ ୪୦ଟି ମେଢ଼ ପୂଜା ପାଉଛି ଓ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଲାଇଟିରେ ସାଜ ସଜା ହୋଇଛି।ମା’ଙ୍କ ପୂଜାକୁ ଆହୁରି ସୁନ୍ଦର କରିବା ପାଇଁ ଗ୍ରାମବାସି ପୁରା ତତପର୍ ହୋଇ ଉଠିଛନ୍ତି।ସେଥି ପାଇଁ ମିନା ବଜାର, ବିଭିନ୍ନ ଦୋଳି,ଯାତ୍ରା ବାଘା ଯତୀନ ଓ ପିଙ୍ଗୁଆ ମହୋତ୍ସବ ଭଳି ଅନେକ କାର୍ଯ୍ୟ କ୍ରମ ଚାଲୁ ରହିଛି।ଗ୍ରାମର ଭାଇ ଚାର ବଜେଇ ରଖିବା ପାଇଁଁ ଗ୍ରାମରେ କ୍ରିକେଟ୍ ଖେଳର ଆୟୋଜନ କରାଯାଇଛି।ଏହି ପୂଜା ୪ଦିନ ଚାଲିବା ସହ ଭକ୍ତ ଓ ଦର୍ଶକମାନଙ୍କ ଉପଭୋଗ ପାଇଁ ଆଉ ଦିନେ୨ ଦିନ ବଢାଇବା ସମ୍ଭାବନା ରହିଛି। ଏହାକୁ ଶାନ୍ତି ଶୃଙ୍ଖଳାରେ ସମାପ୍ତ କରିବାପାଇଁ ୧୫୦ ଯୁବ ସ୍ଵେଛାସେବୀ ନିୟୋଜିତ  ହୋଇଛନ୍ତି l