ଢେଙ୍କାନାଳରେ ଦାମବାବୁଙ୍କ ସାଧାରଣ ସଭା: ସରକାରଙ୍କ ଦୁନୀର୍ତି ଉପରେ ବର୍ଷିଲେ ଦାମ

ଢେଙ୍କାନାଳ (ଶୁଭମ ପାଣି):ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଗଣେଶ ବଜାର ଉପରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ସରକାରଙ୍କ ଉପରେ ବର୍ଷିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୁଦ୍ଧରେ ସୂଚନା ଅଧିକାର ଆଇନର ଭୂମିକା ସମ୍ପର୍କରେ ଆୟୋଜିତ ଏହି ସାଧାରଣ ସଭାରେ ମୁଖ୍ୟଅତିଥି ରୂପେ ଦାମୋଦର ରାଉତ, ସାମ୍ବାଦିକ ରବୀଦାସ, ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ, ସୂଚନା କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖ ଦୁର୍ନୀତି ବିରୁଦ୍ଧରେ ଉଦବୋଧନ ଦେଇଥିଲେ । ମନ୍ତ୍ରୀ ଥିବା ବେ‌େଳ ଏବଂ ମନ୍ତ୍ରୀ ପଦରୁ ବିଦା ହେବା ପରେପରେ ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଥିବା ଦାମ ରାଉତ ତାଙ୍କ ସ୍ୱର ବଦଳାଇଛନ୍ତି। ବିଭିନ୍ନ ସଭା ସମିତିରେ ନବୀନଙ୍କୁ ଟାର୍ଗେଟ କରୁଛନ୍ତି। ଆଜି ଢ଼େଙ୍କନାଳରେ ଅନୁଷ୍ଠିତ ଦୁର୍ନୀତି ବିରୋଧୀ ଆଲୋଚନାଚକ୍ରରେ ଯୋଗଦେଇ ଡାକ୍ତର ରାଉତ ଅଭିଯୋଗ କରିଛନ୍ତି ଯେ ରାଜକୋଷକୁ ଲୁଟୁଛନ୍ତି ନବୀନ ସରକାର। ମେଧାବୃତ୍ତି ନାଁରେ ୫୦କୋଟି ହଡ଼ପ କରିଛନ୍ତି। ଚିଟ୍‌ଫଣ୍ତ ଠକେଇ, ଚାଷୀ ଆତ୍ମହତ୍ୟା ଆଦି ପ୍ରସଙ୍ଗରେ ବର୍ଷିଛନ୍ତି ଡାକ୍ତର ରାଉତ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁର୍ନୀତି ଖୋର‌୍‌ ନେତା ଓ ମନ୍ତ୍ରୀଙ୍କ କବଳରେ କବଳିତ। ସେ କୃଷିମନ୍ତ୍ରୀ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ୫୯କୋଟି ଟଙ୍କାର ସାର ଦୁର୍ନୀତି ସ˚ପର୍କରେ ତଦନ୍ତ ପାଇଁ କହିବାରୁ ଫାଇଲକୁ ଚାପି ରଖି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।ସୂଚନାଯୋଗ୍ୟ, ମନ୍ତ୍ରୀ ଥିବା ବେଳେ ଅନ୍ୟ କେହି ନବୀନଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଅକାଟ୍ୟ ଯୁକ୍ତି ରଖି ବି‌େରାଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିବା ଦାମ ରାଉତଙ୍କ ପରିବର୍ତିତ ସ୍ବର ସମସ୍ତଙ୍କୁ ବିସ୍ମିତ କରିଛି। ଯଦି ନବୀନ ସରକାର ଏତେ ଦୁର୍ନୀତିଗ୍ରସ୍ତ ବୋଲି ଜାଣିଥିଲେ, ଆଗରୁ କାହିଁକି ସେ ନିରବ ରହିଥିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।